ଅନ୍ୟାନ୍ୟକ୍ରୀଡ଼ା

ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ

ଭୁବନେଶ୍ୱର ,  ୨ୟ ଦିନିକିଆରେ ପୁଣି ଲଜ୍ଜା ଜନକ ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ। ଆଉ ଏହାର ସିଧା ସଳଖ ଦୋଷ ହେଡ କୋଚ ଗୌତମ ଗମ୍ଭୀରଙ୍କୁ ଦେଉଛନ୍ତି କ୍ରିକେଟ ବିଶେଷଜ୍ଞ। ଟିମ୍ ଇଣ୍ଡିଆର ଲଗାତାର ବ୍ୟାଟିଂ କ୍ରମରେ ପରିବର୍ତ୍ତନ, ଅନିୟନ୍ତ୍ରିତ ରୋଟେସନ୍ ଏବଂ ପିଚ୍-ଆଧାରିତ ରଣନୀତି ପ୍ରଶଂସକମାନଙ୍କୁ କ୍ରୋଧିତ କରିଛି।

ବାରସାପାରା ଷ୍ଟାଡିୟମରେ ଭାରତକୁ, ଦକ୍ଷିଣ ଆଫ୍ରିକା ବିପକ୍ଷରେ, ୪୮୯ ରନର ବିଶାଳ ସ୍କୋର ପିଛା କରିବାର ଥିଲା। କିନ୍ତୁ ମାତ୍ର ୨୦୧ ରନରେ ଅଲଆଉଟ ହୋଇଯାଇଥିଲା ଟିମ ଇଣ୍ଡିଆ।

କେବଳ ଯଶସ୍ୱୀ ଜୟସ୍ୱାଲ ୫୮ ଏବଂ ୱାଶିଂଟନ ସୁନ୍ଦରଙ୍କ ୪୮ ରନ ଛଡ଼ା ଅନ୍ୟ ଭାରତୀୟ ବ୍ୟାଟସମ୍ୟାନମାନେ ଅଧିକ ସମୟ କ୍ରିଜରେ ରହିପାରିଲେ ନାହିଁ।

ଗମ୍ଭୀର ବ୍ୟାଟସମ୍ୟାନ ମାନଙ୍କୁ ସଠିକ କ୍ରମରେ ବ୍ୟାଟିଂ କରିବାକୁ ଦେଉନାହାନ୍ତି। ଆଉ ମନଇଚ୍ଛା କ୍ରମରେ ବ୍ୟାଟିଂ ପାଇଁ ପଠାଉଛନ୍ତି। ଯେଉଁଥି ପାଇଁ ଏ ସ୍ଥିତି ଉପୁଜୁଥିବା ଅଭିଯୋଗ କରୁଛନ୍ତି ଫ୍ୟାନ୍ ।

Related Articles

Back to top button