
ଭୁବନେଶ୍ୱର,ନିର୍ଦ୍ଦେଶକ ସୁକୁମାରଙ୍କ ବ୍ଲକବଷ୍ଟର ଫିଲ୍ମ “ପୁଷ୍ପା 2: ଦି ରୁଲ୍” ପୁଣି ଥରେ ବକ୍ସ ଅଫିସରେ ଧମାକା କରିବ। ଦର୍ଶକମାନେ ସୁପରଷ୍ଟାର ଅଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଧାନାଙ୍କ ଯୋଡ଼ିକୁ ପୁଣି ଥରେ ଦେଖିବାକୁ ଉତ୍ସାହିତ।
ଏରଶ୍ମିକା ତାଙ୍କର ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ ୧୬ ତାରିଖରେ ଜାପାନରେ ରିଲିଜ୍ ହେବ ବୋଲି, ଖବର ସେୟାର କରି ନିଜର ଖୁସି ପ୍ରକାଶ କରିଛନ୍ତି। ଭାରତ ବ୍ୟତୀତ, ଜାପାନର ଲୋକମାନେ ମଧ୍ୟ ଫିଲ୍ମଟି ଦେଖିପାରିବେ। ଫିଲ୍ମର ଜାପାନୀ ଟ୍ରେଲର ମଧ୍ୟ ରିଲିଜ୍ ହୋଇସାରିଛି।
“ପୁଷ୍ପା ୨”ରେ “ଶ୍ରୀବଲ୍ଲୀ” ଭୂମିକାରେ ଅଭିନୟ କରୁଥିବା ରଶ୍ମିକା ମନ୍ଧାନା ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଛନ୍ତି।ସେ ଲେଖିଛନ୍ତି, “କୋନିଚିୱା, ଜାପାନ, ଏବଂ ଜଙ୍ଗଲରେ ନିଆଁ ଆନୁଷ୍ଠାନିକ ଭାବରେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଛି।
ଆସନ୍ତାବର୍ଷ ଅର୍ଥାତ ୨୦୨୬ ରେ ପୁଷ୍ପା ଜାନୁଆରୀ ୧୬ ତାରିଖରେ ଜାପାନରେ ରିଲିଜ ହେବାକୁ ଯାଉଛି।




