
ଭୁବନେଶ୍ୱର ,ସବୁ ଠିକା Primary Teacher ନିୟମିତ ମାନ୍ୟତା ପ୍ରଦାନ ସହ, ୪୨୦୦ ଟଙ୍କା ଗ୍ରେଡ୍ ପେ’ ଅନୁଯାୟୀ ଦରମା ଦାବିରେ,ସେମାନେ ସ୍କୁଲ ଛାଡ଼ି ଶୀତ କାକରରେ ରାଜଧାନୀ ରାଜରାସ୍ତାରେ ଆନ୍ଦୋଳନରେ ବସିଛନ୍ତି।
୨ ଦଫା ଦାବିରେ ରାଜଧାନୀରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଜାରି ରହିଛି। ଆଜି ତୃତୀୟ ଦିନରେ ପହଞ୍ଚିଛି ଆନ୍ଦୋଳନ।
ଭୁବନେଶ୍ବର ଲୋୟର ପିଏମଜିରେ ଅହୋରାତ୍ର ଧାରଣାରେ ବସିଛନ୍ତି ହଜାର ହଜାର ଶିକ୍ଷକ ଶିକ୍ଷୟିତ୍ରୀ।
ତେଣେ ପିଲାଙ୍କ ଭବିଷ୍ୟତକୁ ଦୃଷ୍ଟିରେ ରଖି ଶିକ୍ଷକମାନଙ୍କୁ ଆନ୍ଦୋଳନରୁ ଓହରିବାକୁ ଅନୁରୋଧ କରିଛନ୍ତି,ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।




