
ଭୁବନେଶ୍ୱର , ବାସି ରୁଟି ଖାଇବା ଆମ ଶରୀର ପାଇଁ ଲାଭଦାୟକ । ରାତ୍ରିଭୋଜନରେ ସମସ୍ତେ ରୁଟି ଖାଇବା ପସନ୍ଦ କରନ୍ତି । ବେଳେବେଳେ ରାତିରେ ଅଧିକ ରୁଟି ତିଆରି ହୋଇଗଲେ, ବଳକା ରହିଯାଏ । ସକାଳୁ ଅନେକ ଲୋକ ଏହାକୁ ଫିଙ୍ଗି ଦେଇଥାନ୍ତି ନଚେତ୍ ଗାଈ କିମ୍ବା କୁକୁରକୁ ଖାଇବାକୁ ଦିଅନ୍ତି ।ଏହାକୁ ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ବୋଲି ସେମାନେ ଭାବନ୍ତି । ହେଲେ ବାସି ରୁଟିରେ ଏମିତି ସ୍ବାସ୍ଥ୍ୟ ଉପକାରୀ ଗୁଣ ଅଛି, ଯାହା ଜାଣିଲେ ଆପଣ ଏହାକୁ ଆଉ ଫିଙ୍ଗିବେ ନାହିଁ । ହାଇ ବ୍ଲଡପ୍ରେସର ରୋଗୀ ବାସି ରୁଟି ଖାଇବା ଲାଭଦାୟକ । ସକାଳୁ ଥଣ୍ଡା କ୍ଷୀର ସହ ବାସି ରୁଟି ଖାଇଲେ ବ୍ଲଡପ୍ରେସର କଣ୍ଟ୍ରୋଲ ହୋଇପାରେ । ଏହା ଏକ Healthy ବ୍ରେକଫାଷ୍ଟ ।ବାସି ରୁଟି ଖାଇଲେ ହଜମ ପ୍ରକ୍ରିୟା ଭଲ ରଖିବା ସହ ବ୍ଲଡପ୍ରେସର ଏବଂ ଓଜନ ନିୟନ୍ତ୍ରଣ କରେ ।ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ କହିବା କଥା, ବାସି ରୁଟି ତାଜା ରୁଟିଠାରୁ ଅଧିକ ଭଲ । ଏଥିରେ ଭିଟାମିନ, ଫାଇବର, ଆଇରନ, କ୍ୟାଲେସିୟମ, କାର୍ବୋହାଇଡ୍ରେଟ୍ସ ଭଳି ଅନେକ ଜରୁରୀ ପୋଷକ ତତ୍ତ୍ବ ରହିଛି ।ଏହାକୁ ସକାଳ ଜଳଖିଆ ଭାବେ ଖାଇପାରିବେ । ଏହା ରକ୍ତରେ ଗ୍ଲୁକୋଜ ସ୍ତର ନିୟନ୍ତ୍ରଣ କରିପାରେ ।ବାସି ରୁଟିରେ ଭଲ ବ୍ୟାକ୍ଟେରିଆ ରହିଥାଏ । ତେଣୁ ଡାଇବେଟିସ୍ ରୋଗୀଙ୍କ ପାଇଁ ଏହା ଉତ୍ତମ ଜଳଖିଆ ଅଟେ ।ବାସି ରୁଟିରେ ପ୍ରଚୁର ମାତ୍ରାରେ ଆଇରନ ଥାଏ, ଯାହା ଶରୀରରେ ରକ୍ତ ଅଭାବ ପୂରଣ କରିପାରେ । ଏଥିରେ କ୍ୟାଲେସିୟମ ଥିବାରୁ ହାଡ ଓ ଦାନ୍ତ ମଜଭୁତ କରିବାରେ ମଧ୍ୟ ସହାୟକ ହୋଇପାରେ ।ବାସି ରୁଟିରେ ପ୍ରୋବାୟୋଟିକ୍ସ ରହିଥାଏ । ଯାହା ଶରୀରରେ ଇମ୍ୟୁନିଟି ସିଷ୍ଟମ ମଜଭୁତ କରେ ଏବଂ ବିଭିନ୍ନ ରୋଗ ଓ ସଂକ୍ରମଣରୁ ସୁରକ୍ଷା ଦିଏ ।



