ଜୀବନଶୈଳୀସ୍ୱାସ୍ଥ୍ୟ

ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ କଡ଼ା କଟକଣା

ଭୁବନେଶ୍ୱର ,ବାୟୁ ପ୍ରଦୂଷଣରେ ଯେଭଳି ଛୋଟ ପିଲା ପ୍ରଭାବିତ ନହେବେ, ସେଥିପାଇଁ କ୍ଲାସକୁ ହାଇବ୍ରିଡ୍ ମୋଡକୁ ଆଣିବାକୁ କୁହାଯାଇଛି।ଦିଲ୍ଲୀରେ ପୁଣି ଭୟଙ୍କର ବାୟୁ ପ୍ରଦୂଷଣ….ଏୟାର କ୍ୱାଲିଟି ଇଣ୍ଡେକ୍ସ  ୪୪୧କୁ ବୃଦ୍ଧି ପାଇଛି,ଯାହା ସିଭିୟର ଶ୍ରେଣୀରେ ଆସୁଛି। ଏହାପରେ କମିଶନ ଫର ଏୟାର କ୍ୱାଲିଟି ମ୍ୟାନେଜମେଣ୍ଟ  ଦିଲ୍ଲୀ-ଏନସିଆରରେ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ଷ୍ଟେଜ୍-ଫୋର୍ ଲାଗୁ କରିଛି।ଗତକାଲି ସନ୍ଧ୍ୟା ୬ଟା ସୁଦ୍ଧା AQI ୪୪୧ରେ ପହଞ୍ଚିଥିଲା। ଯୁଆଡ଼େ ଦେଖିଲେ ଧୂଆଁ ଧୂଆଁ ଓ କୁହୁଡ଼ି ପଡ଼ିଲା ଭଳି ଦିଶୁଥିଲା। GRAP-4 ଲାଗୁ ହୋଇଥିବାରୁ ଦିଲ୍ଲୀ ଓ ଆଖପାଖ ଇଲାକାରେ ଜାରି ହୋଇଛି କଡ଼ା କଟକଣା। ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଲାଗିଛି ରୋକ। ଯୁଆଡ଼େ ଦେଖିଲେ ଧୂଆଁ ଧୂଆଁ ଓ କୁହୁଡ଼ି ପଡ଼ିଲା ଭଳି ଦିଶୁଥିଲା। GRAP-4 ଲାଗୁ ହୋଇଥିବାରୁ ଦିଲ୍ଲୀ ଓ ଆଖପାଖ ଇଲାକାରେ ଜାରି ହୋଇଛି କଡ଼ା କଟକଣା। ସମସ୍ତ ପ୍ରକାର ନିର୍ମାଣ କାର୍ଯ୍ୟ ଉପରେ ଲାଗିଛି ରୋକ। ପଥର କ୍ରସରକୁ ଏନସିଆରରେ ବନ୍ଦ କରିବାକୁ, ନିର୍ଦ୍ଦେଶ ଦିଆଯାଇଛି। ଖନନ ଓ ଏଥିସହ ଜଡ଼ିତ ସମସ୍ତ ଗତିବିଧି ଉପରେ ରୋକ ଲାଗିଛି। ଏଥିସହ ଦିଲ୍ଲୀ,  ଫରିଦାବାଦ, ଗାଜିଆବାଦ,ଗୁରୁଗ୍ରାମ, ଗୌତମବୁଦ୍ଧ ନଗରରେ BS-ଥ୍ରୀ ଓ BS-ଫୋର୍ ଡିଜେଲ୍ ଚାଳିତ ଚାରି ଚକିଆ ଗାଡ଼ି ଉପରେ ପ୍ରତିବନ୍ଧକ ଲାଗିଛି।

 

Related Articles

Back to top button