ଅନ୍ୟାନ୍ୟରାଜନୀତି

କେନ୍ଦ୍ର ସରକାର ଆଣିଛନ୍ତି ନୂଆ ଯୋଜନା

ଭୁବନେଶ୍ୱର,ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଆଇନ,୨୦୦୯ ମସିହାରେ ମହାତ୍ମା ଗାନ୍ଧୀଙ୍କ ସମ୍ମାନାର୍ଥେ ଏହାକୁ MGNREGA ରେ ପରିବର୍ତ୍ତନ କରାଯାଇଥିଲା।୧ ଏପ୍ରିଲ, ୨୦୦୮ ସୁଦ୍ଧା, ଏହାକୁ ଦେଶର ସମସ୍ତ ଜିଲ୍ଲାରେ ବିସ୍ତାର କରାଯାଇଥିଲା, ଯାହା ଗ୍ରାମାଞ୍ଚଳର ଲୋକମାନଙ୍କୁ ୧୦୦ ଦିନର ନିଶ୍ଚିତ ନିଯୁକ୍ତି ପ୍ରଦାନ କରିଥିଲା।୨୦୦୫ ମସିହାରେ UPA ସରକାର ଦ୍ୱାରା ଭାରତୀୟ ସଂସଦରେ ପ୍ରବର୍ତ୍ତନ କରାଯାଇଥିଲା।କେନ୍ଦ୍ର ସରକାର ଏବେ MNREGA ଯୋଜନା ସ୍ଥାନରେ, ବିକାଶିତ ଭାରତ- ଜୀ ରାମ ଜୀ ଯୋଜନା ଆଣିଛନ୍ତି।ସରକାର  ସଂସଦରେ ଏଥିପାଇଁ ଏକ ବିଲ୍ ଆଗତ କରିବେ।ବିଲ୍‌ର ଲକ୍ଷ୍ୟ ହେଉଛି “ଏକ ବିକଶିତ ଭାରତ ୨୦୪୭ ର ଜାତୀୟ ଦୃଷ୍ଟିକୋଣ ସହିତ ସମନ୍ୱିତ ଏକ ଗ୍ରାମୀଣ ବିକାଶ ଢାଞ୍ଚା” ସୃଷ୍ଟି କରିବା ଯାହା ଅଧୀନରେ, ଗ୍ରାମୀଣ ପରିବାରର ପ୍ରତ୍ୟେକ ବୟସ୍କ ସଦସ୍ୟ ଅଣକୁଶଳୀ ହସ୍ତକୃତ କାମ କରିବାକୁ, ଇଛା ପ୍ରକାଶ କରିବେ ।ଏହି ଯୋଜନା ପ୍ରତି ଆର୍ଥିକ ବର୍ଷରେ ୧୨୫ ଦିନର ନିଯୁକ୍ତିର ଆଇନଗତ ଗ୍ୟାରେଣ୍ଟି ପ୍ରଦାନ କରିବ। ସୋମବାର ପ୍ରକାଶିତ ଲୋକସଭାର ସପ୍ଲିମେଣ୍ଟାରୀ ତାଲିକାରେ, ଏହି ବିଲ୍ ଅନ୍ତର୍ଭୁକ୍ତ ହୋଇଛି ଏବଂ ଏହାକୁ ଖୁବ୍ ଶୀଘ୍ର ଆଗତ କରାଯିବ।ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ ବିଲ୍ ବ୍ୟାଖ୍ୟା କରି କହିଛନ୍ତି ଯେ MGNREGA ଗତ ୨୦ ବର୍ଷ ମଧ୍ୟରେ ଗ୍ରାମୀଣ ପରିବାରଗୁଡ଼ିକୁ ନିଶ୍ଚିତ ମଜୁରୀ ନିଯୁକ୍ତି ପ୍ରଦାନ କରିଛି।, ସେ କହିଛନ୍ତି, “ସାମାଜିକ ସୁରକ୍ଷା ପଦକ୍ଷେପର ବ୍ୟାପକ କଭରେଜ୍ ଏବଂ ପ୍ରମୁଖ ସରକାରୀ ଯୋଜନାଗୁଡ଼ିକର ସଂତୃପ୍ତି-ମୁଖୀ କାର୍ଯ୍ୟାନ୍ୱୟନ ମାଧ୍ୟମରେ ଗ୍ରାମୀଣ କ୍ଷେତ୍ରରେ ଆସିଥିବା ଗୁରୁତ୍ୱପୂର୍ଣ୍ଣ ସାମାଜିକ-ଆର୍ଥିକ ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଏହାକୁ ଆହୁରି ମଜବୁତ କରିବା ଆବଶ୍ୟକ ହୋଇଯାଇଛି।”

Related Articles

Back to top button