ଅନ୍ୟାନ୍ୟ

STF ଉପରକୁ ମାଫିଆଙ୍କ ଗୁଳି ଚାଳନା

କେନ୍ଦୁଝର, ୦୭/୧୨/୨୦୨୨ –   କେନ୍ଦୁଝରରେ କ୍ରାଇମବ୍ରାଞ୍ଚ STFର ରେଡ୍ ବେଳେ ଫାଙ୍କା ଗୁଳି ଚାଳନା । ଗୋ ଚାଲାଣ ସମୟରେ ଗୋ ମାଫିଆଙ୍କୁ  ଧରିବାକୁ ଗଲାବେଳେ ଅଭିଯୁକ୍ତମାନେ ଫାଙ୍କା ଗୁଳି  ଚାଳନା କରିଥିଲେ । ଏଥିରେ ଜଣେ ଖସି ଯାଇ ଥିବାବେଳେ ପଶ୍ଚିମବଙ୍ଗର ୨ ଅଭିଯୁକ୍ତଙ୍କୁ ପୋଲିସ ଗିରଫ କରିବା ସହ ୨ଟି ଗାଡି ଜବତ କରିଛି ।  ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ STF ଏହି ଚଢ଼ାଉ କରିଥିଲା  । ଚଢ଼ାଉ ପରେ କେନ୍ଦୁଝର ଟାଉନ ଥାନାକୁ ଗୋ ମାଫିଆଙ୍କୁ ହସ୍ତାନ୍ତର କରାଯାଇଛି । ବରଗଡ଼ ସୋହେଲା ପଟୁ ଆସୁଥିବା ଗୋରୁ ଗାଡିରେ ୭୪ଟି ଗାଈ ବଳଦ ଚାଲାଣ ହେଉଥିଲା । ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ସହ ୧୫ ଜଣ ପୋଲିସ ସାମିଲ ହୋଇଥିଲେ । ଏହି ରାକେଟ ନେଇ ପଚରା ଉଚରା କରୁଛି ପୋଲିସ ।

 

Related Articles

Back to top button
WP Twitter Auto Publish Powered By : XYZScripts.com