ଅନ୍ୟାନ୍ୟରାଜନୀତି

ପୁରୁଣା ମିଟର ବଦଳରେ ଲଗାଯିବ ସ୍ମାର୍ଟ ମିଟର।

ଭୁବନେଶ୍ୱର ,ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ, ୨୦୨୫ ମାର୍ଚ୍ଚ ୨୪ ତାରିଖ ଅର୍ଥାତ୍ ଗତଥର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ବାର୍ଷିକ ବିଦ୍ୟୁତ୍‌ ଶୁକ୍ଳ ଘୋଷଣା କରିବା ସମୟରେ ଏ ସଂକ୍ରାନ୍ତରେ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦୁଇ କିଲୋଵାଟ୍ ପର୍ଯ୍ୟନ୍ତ କଣ୍ଟ୍ରାକ୍ଟ ଡିମାଣ୍ଡ ଥିବା ସ୍ମାର୍ଟ ମିଟର, ଉପଭୋକ୍ତାଙ୍କ ପାଇଁ ଗତ ଏପ୍ରିଲ ପହିଲାଠାରୁ ମିଟର ଭଡ଼ା ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇଛି। ଏହି ବର୍ଷ ୧୧ ଲକ୍ଷ ୫୩ ହଜାର ୧୦୦ଟି ସ୍ମାର୍ଟ ମିଟର ସ୍ଥାପନ କରିବାକୁ ପ୍ରସ୍ତାବ ରହିଛି। ଏଥିରୁ ୮ଲକ୍ଷ ୭୫ ହଜାର ପୁରୁଣା ମିଟର ବଦଳରେ ସ୍ମାର୍ଟ ମିଟର ଲଗାଯିବ। ୨ ଲକ୍ଷ ୭୮ ହଜାର ୧୦୦ ନୂତନ ସଂଯୋଗ ପାଇଁ ସ୍ମାର୍ଟ ମିଟର ବ୍ୟବହାର କରାଯିବ।ମୁଖ୍ୟମନ୍ତ୍ରୀ ଶକ୍ତି ବିକାଶ ଯୋଜନା-ସ୍ମାର୍ଟ ମିଟର ସଂଯୋଗର, ପ୍ରଥମ ପର୍ଯ୍ୟାୟ ପ୍ରସ୍ତାବକୁ ଆଜି ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି। କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଶକ୍ତି ବିଭାଗ ପକ୍ଷରୁ କୁହାଯାଇଛି ଯେ ନୂଆ କରି ଲାଗିବାକୁ ଥିବା ସ୍ମାର୍ଟ ମିଟର ପାଇଁ ଉପଭୋକ୍ତାଙ୍କୁ କୌଣସି ଅତିରିକ୍ତ ମିଟର ଭଡ଼ା ଦେବାକୁ ପଡ଼ିବ ନାହିଁ। କେବଳ ସେତିକି ନୁହେଁ, ଖୁଚୁରା ଯୋଗାଣ ଟାରିଫ୍ ବା ସେମାନଙ୍କର ବିଦ୍ୟୁତ୍ ବିଲ୍ ଶୁଳ୍କ ଉପରେ,ଏହା କୌଣସି ପ୍ରଭାବ ପକାଇବ ନାହିଁ। ରାଜ୍ୟରେ ୨ କିଲୋଵାଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ବ୍ୟବହାର କରୁଥିବା ୮୭ ପ୍ରତିଶତ ଉପଭୋକ୍ତା ଏହି ଯୋଜନା ଦ୍ବାରା, ଉପକୃତ ହେବେ। ରାଜ୍ୟର ସମସ୍ତ ଚାରିଟିଯାକ ବିଦ୍ୟୁତ୍ ବିତରଣ କମ୍ପାନି ନିଜ ନିଜର ଲାଇସେନ୍ସପ୍ରାପ୍ତ ଅଞ୍ଚଳରେ, ଏହାକୁ କାର୍ଯ୍ୟକାରୀ କରିବେ।

Related Articles

Back to top button