କ୍ରୀଡ଼ାଜାତୀୟ

ମହିଳା ଟି୨୦ ଚତୁଥ ମ୍ୟାଚ ୨୮ରେ ତିରୁଅନନ୍ତପୁରମରେ ଖେଳାଯିବ।

ଭୁବନେଶ୍ୱର ,ଭାରତୀୟ ମହିଳା ଦଳ ଶ୍ରୀଲଙ୍କା, ମହିଳା ଦଳ ବିପକ୍ଷ ଟି୨୦ ଶୃଙ୍ଖଳା ବିଜୟ ହାସଲ କରିଛି। ଶୁକ୍ରବାର ତିରୁଅନନ୍ତପୁରମରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତ ୮ ୱିକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥି ସହିତ ଭାରତ ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାକୁ ଆଗୁଆ ୩-୦ରେ ଜିତି ନେଇଛି।ଶ୍ରୀଲଙ୍କା ବିଜୟ ପାଇଁ ଭାରତ ସମ୍ମୁଖରେ ୧୧୩ରନ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା। ଭାରତ ଶେଫାଳି ବର୍ମାଙ୍କ ଅପରାଜିତ ୭୯ରନ ବଳରେ ୪୦ଟି ବଲ ପୂର୍ବରୁ ୨ ୱିକେଟରେ ୧୧୫ରନ କରି ବିଜୟୀ ହୋଇଥିଲା। ଦୁଇ ଭାରତୀୟ ଓପନର ଶେଫାଳି ବର୍ମା ଓ ସ୍ମୃତି ମାନ୍ଧାନା ପ୍ରଥମ ୱିକେଟରେ ୨୭ରନ ସଂଗ୍ରହ କରିଥିଲେ। ମାନ୍ଧାନା ୧ରନ କରି ଆଉଟ୍‌ ହୋଇଥିଲେ।ଜେମିମା ୯ରନ କରି ଆଉଟ୍‌ ହୋଇଥିଲେ। ଶେଫାଳି ୨୪ଟି ବଲରୁ ଅର୍ଦ୍ଧଶତକ ପୂରଣ କରିଥିଲେ। ତୃତୀୟ ୱିକେଟରେ ଶେଫାଳି ଓ ହରମନପ୍ରୀତ କୌର ଅବିଭାଜିତ ୪୮ରନ ସଂଗ୍ରହକରି ଦଳକୁ ବିଜୟୀ କରାଇଥିଲେ। ଶେଫାଳି ୪୨ଟି ବଲରୁ ୧୧ଟି ଚୌକା ଓ ୩ଟି ଛକା ସହ ୭୯ ଓ ହରମନପ୍ରୀତ ୨୧ରନ କରି ଅପରାଜିତ ରହିଥିଲେ।ରେଣୁକା ସିଂହ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଭାରତୀୟ ମହିଳା ଦଳ ଅଧିନାୟିକା ହରମନପ୍ରୀତ ସିଂହ, ଟସ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଶ୍ରୀଲଙ୍କା ମହିଳା ଦଳ ୬ ଓଭର ମଧ୍ୟରେ ୩୩ରନରେ ୩ଟି ୱିକେଟ ହରାଇ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ହାସିନୀ ପରେରା ୨୫, ଅଧିନାୟିକା ଚମାରି ଅଟାପଟ୍ଟୁ ୩ ଓ ହର୍ଷିତା ସମରବିକ୍ରମା ୨ରନ କରି ଆଉଟ୍‌ ହୋଇଥିଲେ। ଚତୁର୍ଥ ୱିକେଟରେ, ଇମିଷା ଦୁଲାନି ଓ ନୀଲଶିଖା ସିଲ୍‌ଭା ୧୩ରନ ସଂଗ୍ରହ କରିଥିଲେ। ପ୍ରଥମ ମ୍ୟାଚକୁ ଭାରତୀୟ ମହିଳା ଦଳ ୮ ୱିକେଟରେ ଓ ଦ୍ବିତୀୟ ମ୍ୟାଚକୁ ୭ ୱିକେଟରେ ଜିତିଥିବା ବେଳେ ଚତୁଥ ମ୍ୟାଚ ୨୮ରେ ତିରୁଅନନ୍ତପୁରମରେ ଖେଳାଯିବ।

 

Related Articles

Back to top button