
ଭୁବନେଶ୍ୱର ,ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ଗ୍ରାମ ନିକଟରେ ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରିଛନ୍ତି ରାଜ୍ୟ ଖଣି, ଇସ୍ପାତ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।ମନ୍ତ୍ରୀ ଏକ ସରକାରୀ କାର୍ଯ୍ୟକ୍ରମରେ ରବିବାର ଅପରାହ୍ନରେ ବ୍ରହ୍ମପୁର ଭାୟା ଦିଗପହଣ୍ଡି ଦେଇ ରାୟଗଡ଼ା ଯାଉଥିବା ବେଳେ ମୌଳାଭଞ୍ଜା ଗ୍ରାମ ନିକଟ ଘୋଡ଼ାହାଡ଼ ନଦୀରୁ ବେଆଇନ ଭାବେ ବାଲି ଉତ୍ତୋଳନ କରି ଚାଲାଣ କରାଯାଉଥିବା ଦେଖିଥିଲେ । ଏହି ସମୟରେ ଆକ୍ସନ ମୋଡକୁ ଆସି ୩ ଟି ବାଲି ବୋଝେଇ ଟ୍ରାକ୍ଟରକୁ ଧରି ତଦନ୍ତ ପାଇଁ ପୋଲିସର ଜିମା ଦେଇଥିଲେ।ଏପରିକି ଖଣି ଓ ରାଜସ୍ବ ବିଭାଗ ପକ୍ଷରୁ ନିଲାମ ହୋଇନଥିବା ବିଭିନ୍ନ ବାଲି ଘାଟ ଗୁଡିକରୁ ଦିବାଲୋକରେ ବେଆଇନ ଭାବେ ବାଲି ଚାଲାଣ କରାଯାଉଥିବା ଦେଖିବାକୁ ମିଳୁଛି ।ପୋଲିସ ଟିମ୍ ବାଲି ବୋଝେଇ ୩ ଟ୍ରାକ୍ଟରକୁ ଜବତ କରି ଥାନାକୁ ନେଇଥିଲେ। ଏନେଇ ଥାନା ମାମଲା ନଂ.୫୧୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ତଥା ଡିଏସପି ପ୍ରଶାନ୍ତ ପାତ୍ର ଜଣାଇଛନ୍ତି।।




