
ଭୁବନେଶ୍ୱର ,ଗତକାଲିଠୁ ଗୋପାଳପୁର ନିକଟ ଏକ ପଥର ଖଣିରେ, ବିସ୍ଫୋରଣ ହୋଇଥିବା ସୂଚନା ଆସିଛି।
ଏଥିରେ କିଛି ମୃତାହତ ହୋଇଥିବା ସନ୍ଦେହ କରାଯାଉଛି।
ବ୍ଲାଷ୍ଟିଂ ଅନୁମତି ନଥିବାରୁ ଏହାକୁ ବନ୍ଦ କରିବାକୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖରେ ଲିଜଧାରୀଙ୍କୁ, ଢେଙ୍କାନାଳ ଜିଲ୍ଲା ମାଇନିଂ ଅଫିସ ତରଫରୁ ଚିଠି ହୋଇଥିଲା ।
ତେବେ ନିୟମ ନମାନି ସଂପୃକ୍ତ ଖଣିରେ ବ୍ଲାଷ୍ଟିଂ ଚାଲୁଥିବା ସୂଚନା ମିଳିଛି ।
ଖବର ପାଇ ଘଟଣାସ୍ଥଳକୁ ଯାଇ ଓଡ଼ପଡା ତହସିଲଦାର ଓ ମୋଟଙ୍ଗା ପୋଲିସ ଯାଞ୍ଚ କରୁଛି । ସମଗ୍ର ଅଞ୍ଚଳକୁ କର୍ଡନ କରାଯାଇଛି।
ତେବେ ୟା ଭିତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ବିସ୍ଫୋରଣ ହୋଇଥିବା ପଥର ଖଣିର ବ୍ଲାଷ୍ଟିଂ ଅନୁମତି ନଥିବା ସୂଚନା ମିଳିଛି ।
ତେବେ ଏନେଇ ଜିଲ୍ଲା ଖଣି ଅଧିକାରୀ କିମ୍ବା ସଂପୃକ୍ତ ଲିଜଧାରୀଙ୍କ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।
ଏ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ସଠିକ୍ ତଥ୍ୟ ମିଳିପାରିନାହିଁ ।




