ଅନ୍ୟାନ୍ୟରାଜନୀତି

୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ

ଭୁବନେଶ୍ୱର ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଆଜି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ, ଭେଟିଛନ୍ତି ।କେନ୍ଦ୍ର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀଙ୍କୁ ନୂଆଦିଲ୍ଲୀରେ ସାକ୍ଷାତ କରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ।

ଏହି ଅବସରରେ ୩ଟି ମୁଖ୍ୟ ଦାବି ରଖିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।

ଏହାସହିତ ଏନ୍‌ଏଚ୍ ୫୭ର ଅତ୍ରି ଓ ବାଘମାରି ନିକଟରେ ଅଣ୍ଡରପାସ୍ ନିର୍ମାଣ ପାଇଁ ଲିଖିତ ଭାବେ ଦାବି ରଖିଥିଲେ ।

ନିଜର ସଂସଦୀୟ କ୍ଷେତ୍ର ପାଇଁ ୩ଟି ବାଇପାସ୍ ଓ ଅଣ୍ଡରପାସ୍ ନିର୍ମାଣ ପାଇଁ ଦାବି ରଖିଥିବା ବେଳେ ଏହାକୁ ଅନୁମୋଦନ ମିଳିଥିବା ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି ।

୧୧୧ କୋଟି ଟଙ୍କାରେ ତିଆରି ହେବ ବାଇପାସ୍ ଓ ଅଣ୍ଡରପାସ୍ ।

ବଢୁଥିବା ଯାତାୟତକୁ ଦୃଷ୍ଟିରେ ରଖି ବେଗୁନିଆ, ସୁନାଖେଳା ଓ ପୁବୁଶାହୀରେ ୩ଟି ବାଇପାସ୍ ନିର୍ମାଣ, ଖୋର୍ଦ୍ଧା-ନୟାଗଡ଼ ରାସ୍ତା ପ୍ରାୟ ୬୫ କି.ମି.କୁ ୪ ଲେନ୍ କରିବା ।

Related Articles

Back to top button