
ଭୁବନେଶ୍ୱର ,ନେପାଳ ପୋଲିସ୍ ଆସି ବିକ୍ଷୋଭକାରୀଙ୍କୁ ଘଉଡ଼ାଇଛି।ନେପାଳ ବୀରଗଞ୍ଜ ଓ ପର୍ସା ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ।
ଗତ କିଛି ଦିନ ଧରି ଦୁଇ ଗୋଷ୍ଠୀ ମଧ୍ୟରେ, ଗଣ୍ଡଗୋଳ ଘଟିବା ପରେ ରାସ୍ତାକୁ ଓହ୍ଲାଇଛନ୍ତି ଲୋକେ।
ମିଳିଥିବା ସୂଚନା ମୁତାବକ, ଏକ ନିର୍ଦ୍ଦିଷ୍ଟ ଧର୍ମାନୁଷ୍ଠାନକୁ ନେଇ କିଛି ଆପତ୍ତିଜନକ ମନ୍ତବ୍ୟ ସୋସିଆଲ୍ ମିଡିଆରେ ରଖାଯାଇଥିଲା।
ଏହାକୁ ନେଇ ଅନ୍ୟ ଏକ ଗୋଷ୍ଠୀ ଆପତ୍ତି ଉଠାଇଥିଲେ।
ସେପଟେ ଘଟଣାକୁ ନେଇ ଭାରତୀୟ ସୀମାରେ ସୁରକ୍ଷା ବଢ଼ିଛି।
ବିହାର ସୀମାର ବେଶ୍ ନିକଟ ଅଞ୍ଚଳ ହୋଇଥିବାରୁ ଏହାକୁ ନେଇ ସଜାଗ ରହିଛି ସେନା।
କିଛି ଦିନର ବ୍ୟବଧାନ ପରେ ନେପାଳରେ ପୁଣି ହିଂସାକାଣ୍ଡ।




