ଅନ୍ତର୍ଜାତୀୟବାଣିଜ୍ୟ
ଦେଶ ବିଦେଶରେ ସୁନା ରୁପା ଚାହିଦା

ଭୁବନେଶ୍ୱର ,ସୋମବାର ଦିଲ୍ଲୀ ସରାଫା ବଜାରରେ ରୁପା ଦାମ୍ କିଲୋଗ୍ରାମ ପିଛା ୧୬ ହଜାର ୪୩୮ ଟଙ୍କା ବୃଦ୍ଧି ପାଇ ୩ ଲକ୍ଷ ପାର୍ କରିଛି।
ସୁନା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୨୯୮୩ ଟଙ୍କା ବୃଦ୍ଧି ସହିତ ୧.୪୮ ଲକ୍ଷ ଛୁଇଁ ନୂଆ ରେକର୍ଡ କରିଛି। ସରାଫା ବ୍ୟବସାୟୀଙ୍କ ଅନୁସାରେ ଦେଶ ବିଦେଶରେ ସୁନା ରୁପା ଚାହିଦା ବଢ଼ିଥିବାରୁ ଦାମ୍ ବୃଦ୍ଧି ପାଇଛି।
ସୋମବାର ରୁପା ପ୍ରଥମ ଥର ୩ ଲକ୍ଷ ପାର୍ କରି ୩,୦୪,୨୦୦ ଟଙ୍କା ପ୍ରତି କିଲୋଗ୍ରାମ ହୋଇଛି।
ଶୁକ୍ରବାର ରୁପା ଦାମ୍ କିଲୋ ପିଛା ୨,୯୨,୬୦୦ ଟଙ୍କା ଥିଲା। ନିବେଶକ ଏହାକୁ ଉତ୍ତମ ବିକଳ୍ପ ଭାବୁଥିବା ସହ ବୈଶ୍ବିକସ୍ତରରେ ଏହାର ଚାହିଦା ବଢୁଥିବାରୁ ସୋମବାର ଏହି ବୃଦ୍ଧି ପରିଲକ୍ଷିତ ହୋଇଛି।
ସ୍ଥାନୀୟ ସରାଫା ବଜାରରେ ସୁନା ଦାମ୍ ମଧ୍ୟ ବଢ଼ିଛି।
ଶୁକ୍ରବାର ସୁନା ୧,୪୬,୨୦୦ ଟଙ୍କା ଥିବାବେଳେ ସୋମବାର ଭରି ପିଛା ୧,୪୮,୧୦୦ ଟଙ୍କା ହୋଇଛି।




