ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି

ଭୁବନେଶ୍ୱର,ଭାରତୀୟ ବ୍ୟାଡମିଣ୍ଟନ୍ ତାରକା ସାଇନା ନେହୱାଲ୍ ପ୍ରତିଯୋଗିତାମୂଳକ ଖେଳରୁ ସନ୍ନ୍ୟାସ ନେଇଛନ୍ତି । ଏନେଇ ସାଇନା ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି ।ସାଇନା କହିଛନ୍ତି ଯେ, ଏଲିଟ୍ ସ୍ତରର ଖେଳର ଦାବିକୁ ଏବେ ତାଙ୍କ ଶରୀର ସହଯୋଗ ଦେଇପାରୁନାହିଁ। ୨୦୧୨ ଲଣ୍ଡନ୍ ଓଲିମ୍ପିକ୍ରେ କାଂସ୍ୟ ପଦକ ଜିତିଥିବା ସାଇନା ୨୦୨୩ ସିଙ୍ଗାପୁର ଓପେନ୍ରେ ତାଙ୍କର ଶେଷ ପ୍ରତିଯୋଗିତାମୂଳକ ମ୍ୟାଚ୍ ଖେଳିଥିଲେ।୨୦୧୬ ରିଓ ଓଲିମ୍ପିକ୍ରେ ଗୋଡରେ ଲାଗିଥିବା ଗୁରୁତର ଆଘାତ ସାଇନାଙ୍କ କ୍ୟାରିୟରକୁ ଗଭୀର ଭାବେ ପ୍ରଭାବିତ କରିଥିଲା। ଯଦିଓ ସେ ୨୦୧୭ ବିଶ୍ୱ ଚାମ୍ପିଅନସିପ୍ରେ କାଂସ୍ୟ ଏବଂ ୨୦୧୮ କମନୱେଲ୍ଥ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତି ତାଙ୍କ ଫର୍ମକୁ ଜୋରଦାର କମବ୍ୟାକ୍ କରିଥିଲେ କିନ୍ତୁ ଆଣ୍ଠୁ ସମସ୍ୟା ତାଙ୍କ ପ୍ରଗତିକୁ ଅବରୋଧ କରିଥିଲା।୨୦୨୪ରେ ସାଇନା କହିଥିଲେ ଯେ, ସେ ଆର୍ଥରାଇଟିସ୍ ପୀଡିତ ଏବଂ କାର୍ଟିଲେଜ୍ ସମ୍ପୂର୍ଣ୍ଣ ଘସିଯାଇଛି । ଯାହାଦ୍ଵାରା ଟପ୍ ଲେଭେଲରେ ଖେଳିବାକୁ ପ୍ରାୟ ଅସମ୍ଭବ ହୋଇଯାଇଛି ।ସାଇନା କହିଛନ୍ତି, “ମୁଁ ଦୁଇ ବର୍ଷ ପୂର୍ବରୁ ଖେଳ ଛାଡ଼ି ଦେଇଥିଲି। ମୋତେ ଲାଗିଲା ଯେ ମୁଁ ନିଜ ଇଚ୍ଛାରେ ଖେଳିଛି ଏବଂ ନିଜ ଇଚ୍ଛାରେ ହିଁ ବିଦା ନେଉଛି । ଇଣ୍ଡୋନେସିଆ ଓପେନ୍, ହଙ୍କଙ୍ଗ ଓପେନ୍, ଅଷ୍ଟ୍ରେଲିଆ ଓପେନ୍ ସହିତ ଅନେକ ବଡ଼ ଟାଇଟଲ୍ ଜିତିଛନ୍ତି….୨୦୦୮ରେ ବିଶ୍ଵ ଜୁନିୟର ଚାମ୍ପିଅନ୍ ହୋଇ ଭାରତ ପାଇଁ ଇତିହାସ ସୃଷ୍ଟି କରିଥିଲେ, ତାରକା ସାଇନା ।




