
ଭୁବନେଶ୍ୱର ,ଜାନୁଆରୀ 31ରେ 20 ଜଣ ମହିଳା ତାଲିମ ପାଇଁ ପୁନେ ଯିବେ । ମହିଳା ଡ୍ରାଇଭର ଚଲାଇବେ ‘ଆମ ବସ’ । ଏନେଇ ପୁନେରେ ସେମାନଙ୍କୁ ତାଲିମ ଦିଆଯିବ । ନଗର ଉନ୍ନୟନ ମନ୍ତ୍ରୀଙ୍କ ଆମ ବସ ସେବା ସମୀକ୍ଷା ବୈଠକରେ, ନିଆଯାଇଛି ନିଷ୍ପତ୍ତି । ମହିଳା ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ମହିଳା ଚାଳକଙ୍କ ଉପରେ ଗୁରୁତ୍ବ ଦିଆଯାଇଛି । କ୍ରୁଟ୍ ଆମ ବସ୍ ସେବାକୁ ନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡା. କୃଷ୍ଣ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ସମୀକ୍ଷା ବୈଠକରେ କ୍ରୁଟ୍ ପରିଚାଳନା ନିର୍ଦ୍ଦେଶକ ତଥା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶ୍ରୀ ସଞ୍ଜୟ ବିଶ୍ଵାଳ, ମହା ପ୍ରବନ୍ଧକ ଶ୍ରୀ ସହଦେବ ସମଧିଆ, ସ୍ବତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ସୁଶ୍ରୀ ପଲ୍ଲବୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ। ଯେଉଁଠି କ୍ରୁଟ୍ କାର୍ଯ୍ୟ ପଦ୍ଧତି ଓ ଆମ ବସ୍ ସେବା ଅନ୍ତର୍ଗତ ବିଭନ୍ନ ଗଠନମୂଳକ ପଦକ୍ଷେପ ଉପରେ ଆଲୋଚନା କରଯାଇଥିଲା।ସଧାରଣତଃ କୌଣସି ଦୁର୍ଘଟଣାର ପ୍ରମୁଖ କାରଣ ମଦ୍ୟପାନ ହୋଇଥାଇପାରେ ବୋଲି ଅନୁମାନ କରାଯାଇଥାଏ। ଏନେଇ ଆମ ବସ୍ ଚାଳନା କରୁଥିବା ସମସ୍ତ ଚାଳକଙ୍କୁ ମଦ୍ୟପାନ ଯାଞ୍ଚ କରିବା ବାଧ୍ୟତାମୂଳକ କରଯାଇଥିଲା। ଶେଷ ଗୋଟିଏ ବର୍ଷରେ ଏକ ଲକ୍ଷ ୯୭ ହଜାର ଥର ମଦ୍ୟପାନ ଯାଞ୍ଚ ହୋଇଛି। ସେ ମଧ୍ୟରୁ ଏକ ବର୍ଷ ମଧ୍ୟରେ ୧୯ ଜଣ ମଦ୍ୟପାନ କରିଥିବାର ଜଣା ପଡ଼ିଥିଲେ।




