ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁ ।

ଭୁବନେଶ୍ୱର ,ଅର୍କକ୍ଷେତ୍ରର ତୀର୍ଥ ପୁଷ୍କରିଣୀରେ, ତିନି ଠାକୁରଙ୍କ ମହାସ୍ନାନ ହୋଇଛି । ମନ୍ଦିରରୁ ପାଟପଟୁଆରେ ଆସିଥିଲେ ତିନି ଠାକୁରଙ୍କ ଚଳନ୍ତି ପ୍ରତିମା । ଚନ୍ଦ୍ରଭାଗା ମହୋଦଧିରେ ଆଳତି ପରେ, ତୀର୍ଥ ପୁଷ୍କରିଣୀରେ ମହାସ୍ନାନ ହୋଇଥିଲା, ଏହାପରେ ଅପେକ୍ଷାରତ ସାଧୁସନ୍ଥ ଏବଂ ଶ୍ରଦ୍ଧାଳୁମାନେ ତୀର୍ଥ ଜଳରେ ବୁଡ ପକାଇଛନ୍ତି ।ଚନ୍ଦ୍ରଭାଗାରେ ବୁଡ ପକାଇବାକୁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଦେଖିବାକୁ ମିଳିଥିଲା । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ମଧ୍ୟ ଆଜି ଭୋରରୁ କୋଣାର୍କରେ ପହଞ୍ଚି ଠାକୁରଙ୍କ ଦର୍ଶନ କରି ଆଳତି କରିବା ସହ ଆଶିଷ ଲାଭ କରିଛନ୍ତି । ପବିତ୍ର ମାଘ ସପ୍ତମୀରେ ଚନ୍ଦ୍ରଭାଗାରେ ବୁଡ ପକାଇଲେ ହଜାର ହଜାର ଶ୍ରଦ୍ଧାଳୁ । ଶ୍ରୀଶ୍ରୀ ତ୍ରୀବେଣୀଶ୍ବର, ଇଶାଣେଶ୍ବର, ଦକ୍ଷିଣେଶ୍ୱର ଦେବଙ୍କ ଚଳନ୍ତି ପ୍ରତିମାଙ୍କ ମହାସ୍ନାନ ହୋଇଛି । ଏହା ପରେ ଅପେକ୍ଷାରତ ଶ୍ରଦ୍ଧାଳୁ ତୀର୍ଥ ଜଳରେ ବୁଡ଼ ପକାଇଥିଲେ। ଶନିବାର ଷଷ୍ଠୀ ରାତି ୯ଟାରେ ତିନି ଠାକୁର ନିଜ ନିଜ ଆସ୍ଥାନରୁ ବାହାରି ବିମାନ ବିଜେ କରିଥିଲେ। ତିନିଠାକୁର ବର୍ଣ୍ଣାଢ଼୍ୟ ଶୋଭାଯାତ୍ରାରେ ବାହାରି ବଜାର ପରିକ୍ରମା ସହ କୋଣାର୍କ ଏନଏସି ମଣ୍ଡପ, ଅତିରିକ୍ତ ତହସିଲ କାର୍ଯ୍ୟାଳୟ,ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ପରିସରରେ ପୂଜାର୍ଚ୍ଚନା କରଯାଇଥିଲା। ରାତି ୩ଟାରେ ଚନ୍ଦ୍ରଭାଗା ତୀର୍ଥ ମଣ୍ଡପରେ ପହଁଚିଥିଲେ ତିନି ଠାକୁର। ପାରମ୍ପରିକ ରୀତିନୀତିରେ ଚଳନ୍ତି ପ୍ରତିମାଙ୍କ ପୂଜାହୋମ କର୍ମ ସମ୍ପାଦନ ଶେଷ ପରେ ସପ୍ତମୀ ତୀଥିରେ ପବିତ୍ର ତୀର୍ଥ ଜଳରେ ତିନିଠାକୁର ମହାସ୍ନାନ ହୋଇଥିଲା ।




