ଅନ୍ୟାନ୍ୟଅପରାଧ

ମଣିପୁରରେ ସାନି ହିଂସା

 ଭୁବନେଶ୍ୱର ,ଗତ ମଙ୍ଗଳବାର ଦୁର୍ବୃତ୍ତମାନେ ଲିଟନ ଗ୍ରାମରେ, ନାଗା ସଂପ୍ରଦାୟଙ୍କ ପ୍ରାୟ ୫୦ଟି ଘରେ, ନିଆଁ ଲଗାଇ ଦେଇଥିଲେ। ବର୍ତ୍ତମାନ ପୁଣି ହିଂସା ହେବାରେ ଉକ୍ତ ଜିଲାରେ ଇଣ୍ଟରନେଟ ବ୍ୟବସ୍ଥାକୁ ବାତିଲ କରାଯାଇଛି। ଗୁରୁବାର ସକାଳେ ପୁଲିସ ଓ ଗଣ୍ଡଗୋଳକାରୀଙ୍କ ମଧ୍ୟରେ ପ୍ରାୟ ୩୦ ମିନିଟ ଧରି ଗୁଳି ବିନିମୟ ହୋଇଥିଲା।

ମଣିପୁରର ଉଖ୍‌ରୁଲ ଜିଲାରେ, ସାନି ହିଂସା ଦେଖିବାକୁ ମିଳିଛି। ଗୁରୁବାର ଲିଟନ୍‌ ସରେଇଖୋଙ୍ଗ୍‌ ଗ୍ରାମରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷର ସୂତ୍ରପାତ ହୋଇଥିବାବେଳେ ଗୁଳିଚାଳନା କରାଯାଇଥିବା ଜଣାପଡିଛି।

ଦୁର୍ବୃତ୍ତମାନେ ଉକ୍ତ ଗ୍ରାମର କେତେକ ଘରେ ନିଆଁ ଲଗାଇ ଦେଇଛନ୍ତି। ଏହାର ପ୍ରତିବାଦରେ ଥାଙ୍ଗ୍‌କୁଲ ନାଗା ସଂପ୍ରଦାୟର ମହିଳାମାନେ ଲିଟନ ଥାନା ଉପରେ ଚଢଉ କରିଥିବାର ସୂଚନା ମିଳିଛି। ମହିଳା ବିକ୍ଷୋଭକାରୀଙ୍କୁ ଘଉଡାଇବାକୁ ପୁଲିସ ପକ୍ଷରୁ ଲୁହବୁହା ଗ୍ୟାସ ପ୍ରୟୋଗ ଏବଂ ଫାଙ୍କା ଗୁଳିଚଳନା କରାଯାଇଥିଲା।

ଗତ ଶନିବାରଠାରୁ ଉକ୍ତ ଗ୍ରାମରେ, ନାଗା ଓ କୁକି ସଂପ୍ରଦାୟ ମଧ୍ୟରେ ସଂଘର୍ଷ ଉପୁଜିଛି। ଏହାକୁ କେନ୍ଦ୍ରଜରି ଗତ ୮ରୁ ଜିଲାପାଳଙ୍କ ତରଫରୁ ଉକ୍ତ ଜିଲାରେ କର୍ଫ୍ୟୁ ଲାଗୁ କରାଯାଇଛି।

Related Articles

Back to top button