ଅନ୍ୟାନ୍ୟସ୍ୱାସ୍ଥ୍ୟ

SCB ମେଡିକାଲରେ ବଦଳିଲା OPD ନିୟମ।

ଭୁବନେଶ୍ୱର ,SCB ମେଡିକାଲରେ ବଦଳିଲା OPD ନିୟମ। ଆସିଲା ବଡ଼ ଅପଡେଟ୍।ଲୋକଙ୍କ ସୁବିଧା ପାଇଁ SCB ମେଡିକାଲ କଲେଜ ଏବଂ ହସ୍ପିଟାଲର ପରିଚାଳନା OPD ସେବା ବିଭାଗରେ ଏକ ବଡ଼ ପରିବର୍ତ୍ତନ ଆଣିଛି ବୋଲି ସୂଚନା ମିଳିଛି।ଅନେକ ସମୟରେ ରୋଗୀ ଡାକ୍ତରୀ ପରୀକ୍ଷା କରି ସାରିବା ପରେ ନିଜର ରିପୋର୍ଟ ଦେଖାଇବା ପାଇଁ ଡାକ୍ତର କେଉଁ ବାରରେ ଆସିବେ, ସେ ଯାଏଁ ଅପେକ୍ଷା କରୁଥିଲେ।ଫଳରେ ସେହିଦିନ ଯାଏଁ ରୋଗୀକୁ ହନ୍ତସନ୍ତ ହେବାକୁ ପଡୁଥିଲା। ପୁଣି ଡାକ୍ତର ସପ୍ତାହର ଏକ ନିର୍ଦ୍ଦିଷ୍ଟ ବାରିରେ ଆସୁଥିବାରୁ ଅନେକ ଲୋକ ଡାକ୍ତରଙ୍କୁ ଦେଖା କରିବା ପାଇଁ ଲମ୍ବା ଲାଇନ ଲଗାଉଥିଲେ।ଏତିରେ ଅନେକ ସମସ୍ଯା ଦେଖାଦେଉଥିଲା।ମାତ୍ର ଏବେ ଆଉ ସେପରି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ। କାରଣ ଏଥର ପ୍କତିଦିନ ଡାକ୍ତରଙ୍କ ପରାମର୍ଶ ନିଆଯାଇପାରିବ। ନୂଆ OPD ନିୟମ ଅନୁଯାୟୀ ଡାକ୍ତରଙ୍କ ନିଯୁକ୍ତି ଦିନ ଯଦି ରୋଗୀଙ୍କୁ, ସେମାନଙ୍କର ରିପୋର୍ଟ ମିଳୁନାହିଁ ତେବେ ସେମାନେ ପରେ ଫଳାଫଳ ସଂଗ୍ରହ କରିପାରିବେ ଏବଂ ସିଧାସଳଖ ସମ୍ପୃକ୍ତ ଡାକ୍ତରଙ୍କ ୱାର୍ଡ କିମ୍ବା ଚାମ୍ବରକୁ ଯେକୌଣସି ସରକାରୀ କାର୍ଯ୍ୟ ଦିବସରେ ସକାଳ 10 ଟାରୁ ସନ୍ଧ୍ୟା 5 ଟା ମଧ୍ୟରେ ଯାଇ ସେମାନଙ୍କର ରିପୋର୍ଟ ଦେଖାଇପାରିବେ….

Related Articles

Back to top button