ଓଡ଼ିଶାକ୍ରୀଡ଼ାଜାତୀୟମନୋରଞ୍ଜନ

୨ ଓଡ଼ିଆଙ୍କ ପାଇଁ କ୍ରିକେଟକୁ ଫେରିଲେ ଇଶାନ କିଷାନ

ପ୍ରଜ୍ଞାନ-ଶିବ ସୁନ୍ଦରଙ୍କ ପାଇଁ ବିଶ୍ୱକପ୍ ଖେଳିଲେ ଇଶାନ କିଷାନ, ପାକିସ୍ତାନ ଚାଟିଲା ଧୂଳି

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ଟ୍ୱେଣ୍ଟି-୨୦ ବିଶ୍ୱକପରେ ଭାରତ ପାକିସ୍ତାନକୁ ହରାଇବା ପରେ ନଜର ଏବେ ଇଶାନ କିଷାନଙ୍କ ଉପରେ । ୧ ରନରେ ପ୍ରଥମ ୱିକେଟ୍ ପଡିବା ପରେ ବି ମାତ୍ର ୪୦ ବଲରୁ ୭୭ ରନର ଧୂଆଁଧାର ଇନିଂସ ଖେଳି ମଜୁଭୁତ କରିଥିଲେ ଦଳର ସ୍ଥିତି । ତେବେ ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି ଇଶାନ କିଷାନଙ୍କ ଏହି ସ୍କୋର କରିବା ପଛରେ ରହିଛନ୍ତି ଓଡିଆ ପୁଅ ପ୍ରଜ୍ଞାନ ଓଝା । ଯଦି ପ୍ରଜ୍ଞାନ ନଥାନ୍ତେ କିଷାନ ସ୍କୋର କରିବା ଦୂରର କଥା ଟ୍ୱେଣ୍ଟି-୨୦ ବିଶ୍ୱକପ୍ ବି ଖେଳି ପାରିନଥାନ୍ତେ । କାରଣ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ସମ୍ଭାବ୍ୟ ଦଳରେ ଚୟନକର୍ତ୍ତା ଟିମ୍ ଇଶାନ କିଷାନଙ୍କ ନାଁ ହିଁ ଧରିନଥିଲେ । କମିଟିରେ ଶୁବମନ ଗିଲଙ୍କ ନାଁ ଚର୍ଚ୍ଚା ହେଉଥାଏ । କିନ୍ତୁ, ନିକଟରେ ଶେଷ ହୋଇଥିବା ୨୦୨୫-୨୬ ସହିଦ୍ ମୁସ୍ତାକ୍ ଅଲ୍ଲୀ ଟ୍ୱେଣ୍ଟି-୨୦ ଟୁର୍ଣ୍ଣାମେଣ୍ଟ ହିଁ ପ୍ରଜ୍ଞାନଙ୍କୁ ବାଧ୍ୟ କରିଥିଲା ଇଶାନଙ୍କ ନାମ ସୁପାରିଶ ପାଇଁ ।

କାରଣ ଏହି ଟୁର୍ଣ୍ଣାମେଣ୍ଟରେ ୧୯୭ରୁ ଅଧିକ ଷ୍ଟା୍ରଇକ୍ ରେଟରେ ମୋଟ୍ ୫୧୭ ରନ କରିଥିଲାବେଳେ ଫାଇନାଲରେ ମାତ୍ର ୪୫ ବଲରୁ ସେଞ୍ଚୁରୀ କରି ଝାଡଖଣ୍ଡକୁ ଚାମ୍ପିୟନ କରିଥିଲେ କିଷାନ । ଯେଉଁ ମ୍ୟାଚର ଦର୍ଶକ ଥିଲେ ପ୍ରଜ୍ଞାନ ଓଝା ଏବଂ ଆର.ପି. ସିଂହ । ଆଉ ଟ୍ୱେଣ୍ଟି-୨୦ ବିଶ୍ୱକପ୍ ପାଇଁ ଖେଳାଳି ଚୟନ ସମୟରେ ସମ୍ଭାବ୍ୟ ଦଳ ପାଇଁ ପ୍ରଜ୍ଞାନ ସୁପାରିଶ୍ କରିଥିଲେ କିଷାନଙ୍କ ନାଁ । ଦଳର ବଡ ଚେହେରା ଭାବେ ଅଗରକର ଶୁବମନ ଗିଲଙ୍କ ନାମକୁ ଗୁରୁତ୍ୱ ଦେଉଥିବାବେଳେ ସାଉଥ୍ ଜୋନରୁ ସଦସ୍ୟ ଥିବା ପ୍ରଜ୍ଞାନ ଉଠାଇଥିଲେ କିଷାନଙ୍କ ନାଁ । ସାଙ୍ଗେ ସାଙ୍ଗେ ପ୍ରଜ୍ଞାନଙ୍କ କଥାକୁ ଦୃଢ ସମର୍ଥନ ଦେଇଥିଲେ  ଆର.ପି. ସିଂହ । କିଛି କ୍ଷଣ ନବିତୁଣୁ ପ୍ରଜ୍ଞାନଙ୍କୁ ସମର୍ଥନ କରିଥିଲେ ଇଷ୍ଟ ଜୋନରୁ ସଦସ୍ୟ ଥିବା ଆଉ ଜଣେ ଓଡିଆ ପୁଅ ଶିବସୁନ୍ଦର ଦାସ  । ଆଉ ଜଳ ଜଳ ହୋଇ ଅନେଇଥିଲେ ଚୟନକର୍ତ୍ତା କମିଟି ମୁଖ୍ୟ ଅଜିତ ଅଗରକର ।

କାରଣ ଅଗରକର ମୁଖ୍ୟ ହୋଇଥିଲେ ବି ୫ ଜଣିଆ କମିଟିରୁ ୩ ଟି ଭୋଟ୍ ସହ ମେଜରିଟି ରହିଥିଲା ପ୍ରଜ୍ଞାନଙ୍କ ପଟରେ  । ଅର୍ଥାତ୍ କିଷାନଙ୍କ ନାମ ଯୋଡି ହୋଇଥିଲା ଟି-୨୦ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେଉଥିବା ସମ୍ଭାବ୍ୟ ଟିମରେ । ଏବେ ୨ ଓଡିଆ ପ୍ରଜ୍ଞାନ ଓଝା ଏବଂ ଶିବ ସୁନ୍ଦର ଦାସଙ୍କ ପାଇଁ ଦଳରେ ରିଏଣ୍ଟ୍ରି ପାଇଁ କରିଥିବା ଇଶାନ କିଷାନ ରଖିଛନ୍ତି ଭାରତ ସମେତ ତାଙ୍କୁ ସମର୍ଥନ କରିଥିବା ଚୟନକର୍ତ୍ତାଙ୍କ ସମ୍ମାନ  । ତେଣୁ ସବୁଆଡ଼େ ଏବେ ଚର୍ଚ୍ଚା ୨ ଓଡିଆ ପୁଅଙ୍କ ପାଇଁ ନିଜ କ୍ରିକେଟ୍ କ୍ୟାରିୟର ଫେରିପାଇଛନ୍ତି ଇଶାନ କିଷାନ ।

Related Articles

Back to top button