ଓଡ଼ିଶାଜାତୀୟରାଜନୀତି

ଦେଶରେ ରାଜ୍ୟସଭା ନିର୍ବାଚନ ବିଗୁଲ: ୧୦ଟି ରାଜ୍ୟର ୩୭ ଆସନ ପାଇଁ ପ୍ରସ୍ତୁତି ଜୋରଦାର

ନୂଆଦିଲ୍ଲୀ:୧୮/୦୨/୨୦୨୬ : ଦେଶର ବିଭିନ୍ନ ରାଜ୍ୟରେ ଏପ୍ରିଲ ମାସରେ ଖାଲି ହେବାକୁ ଥିବା ୩୭ଟି ରାଜ୍ୟସଭା ଆସନ ପାଇଁ ଭାରତୀୟ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି। ଆସନ୍ତା ମାର୍ଚ୍ଚ ୧୬ ତାରିଖରେ ଏହି ସମସ୍ତ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ଏହି ଘୋଷଣା ପରେ ସମସ୍ତ ସମ୍ପୃକ୍ତ ରାଜ୍ୟରେ ରାଜନୈତିକ ସମୀକରଣ ବଦଳିବା ସହ ପ୍ରସ୍ତୁତି ଜୋରଦାର ହୋଇଛି। ବିଭିନ୍ନ ଜାତୀୟ ଓ ଆଞ୍ଚଳିକ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଆରମ୍ଭ କରିଛନ୍ତି। ବିଶେଷ କରି ସଂଖ୍ୟା ଗରିଷ୍ଠତାକୁ ନେଇ କିଏ କେତୋଟି ଆସନ ଅକ୍ତିଆର କରିବ, ତାହାକୁ ନେଇ ଗଣିତ କଷା ଚାଲିଛି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ମହାରାଷ୍ଟ୍ରରେ ସର୍ବାଧିକ ୭ଟି ଆସନ ପାଇଁ ନିର୍ବାଚନ ହେବାକୁ ଥିବାବେଳେ ତାମିଲନାଡୁରେ ୬ଟି, ବିହାର ଓ ପଶ୍ଚିମବଙ୍ଗରେ ୫ଟି ଲେଖାଏଁ ଆସନ ପାଇଁ ମତଦାନ ହେବ। ସେହିପରି ଓଡ଼ିଶାରେ ୪ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ, ଯାହା ରାଜ୍ୟ ରାଜନୀତିରେ ବେଶ୍ ଗୁରୁତ୍ୱ ବହନ କରେ। ଏହା ବ୍ୟତୀତ ଆସାମର ୩ଟି, ଛତିଶଗଡ଼, ହରିୟାଣା ଓ ତେଲେଙ୍ଗାନାର ୨ଟି ଲେଖାଏଁ ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ପ୍ରାର୍ଥୀପତ୍ର ଦାଖଲଠାରୁ ଆରମ୍ଭ କରି ମତଦାନ ଓ ଫଳାଫଳ ପର୍ଯ୍ୟନ୍ତ ସମସ୍ତ ପ୍ରକ୍ରିୟାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି।

Related Articles

Back to top button