
ଭୁବନେଶ୍ୱର,୨୩/୦୨/୨୦୨୬: ବିଷ ବିଷ, ଏଠି ସବୁ ବିଷ । କ୍ଷୀର, ତେଲ ମସଲା କଥା ଛାଡନ୍ତୁ, ଯେଉଁ ହର୍ଲିକ୍ସକୁ ଆପଣ ହେଲଥ ଡ୍ରିଙ୍କ ବା ସ୍ବାସ୍ଥ୍ୟକର ଭାବି ପିଉଛନ୍ତି ତାହା ବି ବିଷ । ରୋଗୀ, ଛୋଟ ପିଲାଙ୍କୁ ଯଦି ହର୍ଲିକ୍ସ ପିଆଉଛନ୍ତି, ତାହେଲେ ଅତି ସାଂଘାତିକ । ହର୍ଲିକ୍ସ ଭଳି ଏକ ମେଡିକୋ ହେଲଥ ଡ୍ରିଙ୍କ ହେଉଛି ଅପମିଶ୍ରଣ ।
ଏହି ଖବର ମନ ଗଢା ନୁହେଁ, ସଂପୂର୍ଣ୍ଣ ସତ । ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ । ବିଧାନସଭାରେ ଏହି ଉତ୍ତର ରଖିଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏପରିକି ଖୋର୍ଦ୍ଧା ଜିଲ୍ଲାରେ ତ ସବୁ ଖାଦ୍ୟ ସାମଗ୍ରୀରେ ଅପମିଶ୍ରଣ ହେଉଛି । ଓଡିଶା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅପମିଶ୍ରିତ ଖାଦ୍ୟ ତାଲିକାରେ ରହିଛି ହର୍ଲିକ୍ସ । ବୌଦ୍ଧ, ଢେଙ୍କାନାଳ, ଜଗତସିଂପୁର ଏବଂ ମୟୁରଭଞ୍ଜରୁ ଜବତ ହୋଇଛି ଅପମିଶ୍ରିତ ହର୍ଲିକ୍ସ ।
ଏହା ସହ ବଜାରରୁ ଆପଣ କିଣୁଥିବା ବ୍ରେଡ, ମସଲା, ସୋରିଷ ତେଲ, ସୂର୍ଯ୍ୟମୁଖୀ ତେଲ, ଦହି,ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ, ସୋୟାବୀନ, ଘିଅ, ଲହୁଣୀ, ଚିନି, ପାମ୍ପଡ଼, ଚକଲେଟ, ନୁଡୁଲସ ଅପମିଶ୍ରିତ । ସର୍ବାଧିକ ଖୋର୍ଦ୍ଦାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି ।




