
ଭୁବନେଶ୍ୱର,୨୫/୦୨/୨୦୨୬: ଓଡ଼ିଶା ଭିଜିଲାନ୍ସ ବିଭାଗ ପକ୍ଷରୁ କରାଯାଇଥିବା ଚଢ଼ାଉ ରାଜ୍ୟ ଦୁର୍ନୀତି ନିବାରଣ ଇତିହାସର ସବୁଠାରୁ ବଡ଼ ସଫଳତା । କଟକ ଖଣି ବିଭାଗର ଉପନିର୍ଦ୍ଦେଶକ ଦେବବ୍ରତ ମହାନ୍ତିଙ୍କ ଭୁବନେଶ୍ୱରସ୍ଥିତ ବାସଭବନରୁ କେବଳ ନଗଦ ୪ କୋଟିରୁ ଅଧିକ ଟଙ୍କା ମିଳିବା ପରେ ପୂର୍ବର ସବୁ ରେକର୍ଡକୁ ମାତ ଦେଇଛି ।
ଓଡିଶା ଭିଜିଲାନ୍ସର ମୁଖ୍ୟ ୧୦ଟି ଚଢାଉ :
- ଦେବବ୍ରତ ମହାନ୍ତି (ଉପନିର୍ଦ୍ଦେଶକ, ଖଣି ବିଭାଗ): ୨୫ ଫେବୃଆରୀ ୨୦୨୬ରେ ହୋଇଥିବା ଏହି ଚଢ଼ାଉରେ ତାଙ୍କ ଘରୁ ୪ କୋଟିରୁ ଅଧିକ ନଗଦ ଟଙ୍କା ମିଳିଛି, ଯାହା ଓଡ଼ିଶା ଇତିହାସରେ ସର୍ବାଧିକ।
- କାର୍ତ୍ତିକେଶ୍ୱର ରାଉଳ (ସହକାରୀ ଯନ୍ତ୍ରୀ, ଭଞ୍ଜନଗର): ୭ ଏପ୍ରିଲ ୨୦୨୨ରେ ହୋଇଥିବା ଚଢ଼ାଉରେ ତାଙ୍କ ପାଖରୁ ୩,୪୧,୬୬,୨୮୦ ଟଙ୍କା ଜବତ କରାଯାଇଥିଲା।
- ପ୍ରଶାନ୍ତ କୁମାର ରାଉତ (ଅତିରିକ୍ତ ଉପଜିଲ୍ଲାପାଳ, ନବରଙ୍ଗପୁର): ୨୩ ଜୁନ୍ ୨୦୨୩ରେ ତାଙ୍କ ଘରୁ ଭିଜିଲାନ୍ସ ୩,୧୨,୩୦,୮୦୦ ଟଙ୍କା ଠାବ କରିଥିଲା।
- ବୈକୁଣ୍ଠ ନାଥ ସାରଙ୍ଗୀ (ମୁଖ୍ୟ ଯନ୍ତ୍ରୀ, RW ବିଭାଗ): ୩୦ ମଇ ୨୦୨୫ରେ ହୋଇଥିବା ଚଢ଼ାଉ ବେଳେ ତାଙ୍କ ପାଖରୁ ୨.୫୬ କୋଟି ନଗଦ ଟଙ୍କା ମିଳିଥିଲା।
- ଶାନ୍ତନୁ ମହାପାତ୍ର (ଉପନିର୍ଦ୍ଦେଶକ, Watershed): ୬ ଫେବୃଆରୀ ୨୦୨୫ରେ ମାଲକାନଗିରିରେ ହୋଇଥିବା ଚଢ଼ାଉରେ ୨.୦୮ କୋଟି ଟଙ୍କା ଜବତ ହୋଇଥିଲା।
- ଉମେଶ ଚନ୍ଦ୍ର ଜେନା (ଅତିରିକ୍ତ ନିର୍ଦ୍ଦେଶକ, ଖଣି): ୩ ମାର୍ଚ୍ଚ ୨୦୨୩ରେ ତାଙ୍କ ପାଖରୁ ୧,୬୪,୦୦,୦୦୦ ଟଙ୍କା ଜବତ କରାଯାଇଥିଲା।
- ରାମଚନ୍ଦ୍ର ନେପାକ (ଡେପୁଟି ରେଞ୍ଜର, ଜୟପୁର): ୨୫ ଜୁଲାଇ ୨୦୨୫ରେ ହୋଇଥିବା ଚଢ଼ାଉ ବେଳେ ତାଙ୍କ ପାଖରୁ ୧.୪୩ କୋଟି ଟଙ୍କା ମିଳିଥିଲା।
- ଆଶିଷ କୁମାର ଦାସ (ଅଧିକ୍ଷଣ ଯନ୍ତ୍ରୀ, RW): ୨୫ ମାର୍ଚ୍ଚ ୨୦୨୨ରେ ମାଲକାନଗିରିରେ ହୋଇଥିବା ଚଢ଼ାଉରେ ୧,୪୦,୧୮,୦୭୦ ଟଙ୍କା ଜବତ ହୋଇଥିଲା।
- ଡାକ୍ତର ସୁକାନ୍ତ ଜେନା (ସ୍ତ୍ରୀ ରୋଗ ବିଶେଷଜ୍ଞ): ୧୬ ଫେବୃଆରୀ ୨୦୨୨ରେ ଏକ ଟ୍ରାପ୍ ମାମଲା ପରେ ତାଙ୍କ ଘରୁ ୧,୧୩,୧୬,୭୨୦ ଟଙ୍କା ମିଳିଥିଲା।
- ଗୟା ସାନ୍ତରା (ଯୁଗ୍ମ ପରିଚାଳକ, IDCOL): ୨୦ ଡିସେମ୍ବର ୨୦୨୨ରେ ହୋଇଥିବା ଚଢ଼ାଉରେ ତାଙ୍କ ପାଖରୁ ୧,୦୬,୪୪,୫୦୦ ଟଙ୍କା ଜବତ କରାଯାଇଥିଲା।




