Breaking Newsଜାତୀୟ

କୋଲକାତାରେ ଭୂମିକମ୍ପ ଝଟ୍‌କା

କୋଲକାତା,୨୭/୦୨/୨୦୨୬: ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ଓ ଏହାର ଆଖପାଖ ଅଞ୍ଚଳରେ ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଯାଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫ ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ପଡ଼ୋଶୀ ଦେଶ ବାଂଲାଦେଶ ବୋଲି ସୂଚନା ମିଳିଛି। ଭୂମିକମ୍ପର ଝଟକା ଏତେ ଜୋରଦାର ଥିଲା ଯେ ଭୟରେ ଲୋକମାନେ ନିଜ ନିଜ ଘରୁ ବାହାରକୁ ପଳାଇ ଆସିଥିଲେ ଏବଂ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ସ୍କୁଲ୍‌କୁ ମଧ୍ୟ ତୁରନ୍ତ ଖାଲି କରିଦିଆଯାଇଥିଲା। ତେବେ ଏହି ପ୍ରାକୃତିକ ବିପର୍ଯ୍ୟୟରେ ବର୍ତ୍ତମାନ ସୁଦ୍ଧା କୌଣସି ପ୍ରକାରର କ୍ଷୟକ୍ଷତି କିମ୍ବା ହତାହତ ନେଇ କୌଣସି ସୂଚନା ମିଳିନାହିଁ।

Related Articles

Back to top button