ଓଡ଼ିଶା
କଲେଜ ଛାତ୍ରୀଙ୍କୁ ବ୍ଲେଡରେ ଆକ୍ରମଣ

ଭୁବନେଶ୍ବର,୦୬/୦୩/୨୦୨୬ : କଲେଜ ଛାତ୍ରୀଙ୍କୁ ବ୍ଲେଡରେ ମରାଣାନ୍ତକ ଆକ୍ରମଣ । ପରୀକ୍ଷା ଦେବାକୁ ଯାଉଥିବା ବେଳେ ବ୍ଲେଡରେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ । ପୁରୀ ଜିଲ୍ଲା ଗୋପ ଥାନା ନାଗପୁରରେ ଅଭାବନୀୟ ଘଟଣା । ଛାତ୍ରୀ ଜଣଙ୍କ ଗୋପ କଲେଜରେ ଯୁକ୍ତ ଦୁଇ ପରୀକ୍ଷା ଦେବାକୁ ଯାଉଥିଲେ ।
ଘର ଠାରୁ ଦୁଇ ଶହ ମିଟର ଦୂରରେ ହଠାତ ତାଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ । ଛାତ୍ରୀଙ୍କ ଚିତ୍କାର ଶୁଣିବା ପରେ ସ୍ଥାନୀୟ ଲୋକ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରି ତୁରନ୍ତ ନାଗପୁର ମେଡିକାଲ ଓ ପରେ ଗୁରୁତର ଅବସ୍ଥାରେ ଗୋପ ମେଡିକାଲରେ ଭର୍ତ୍ତି କରିଛନ୍ତି । ଚିକିତ୍ସା ସମୟରେ ଛାତ୍ରୀଙ୍କ ବେକରେ ଗଭାର ଆଘାତ ଲାଗିଛି । ଘଟଣାସ୍ତଳେର ସଂପୃକ୍ତ ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଛି ।




