ଓଡ଼ିଶା

ବାଲିବରୁଆଁ ବୈତରଣୀ ନଦୀଘାଟରେ ବୁଡିଗଲେ ଯୁବକ, ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ

ରାମଚନ୍ଦ୍ରପୁର() ବାଲିବରୁଆଁ ବୈତରଣୀ ନଦୀଘାଟରେ ବୁଡିଗଲେ ଯୁବକ। ମୃତଦେହ ଉଦ୍ଧାର କଲେ ସ୍ଥାନୀୟ ଲୋକେ। କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ବାଲିବରୁଆଁ ନପଙ୍ଗା ବୈତରଣୀ ନଦୀ ଘାଟକୁ ଶୌଚ କରିବାକୁ ଯାଇ ଜଣେ ଯୁବକ ବୁଡିଯାଇଥିବା ଜଣାପଡ଼ିଛି। ଏବିଷୟରେ ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ମୃତକଜଣକ ସ୍ଥାନୀୟ ଶାଳଦେଇ ପଞ୍ଚାୟତ ଉଲ୍ଲୋଳ ଗ୍ରାମର ମଦନ ନାୟକ (୪୮) ବୋଲି ଜଣାପଡ଼ିଛି।

ସୂଚନା ମୁତାବକ, ମଦନ ଆଜି ସକାଳୁ ବେପାର କରିବାକୁ ଯିବା ପୂର୍ବରୁ ବାଲିବରୁଆଁ ନପଙ୍ଗା ବୈତରଣୀ ନଦୀ ଘାଟକୁ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଚୋରା ବାଲିରେ ତାଙ୍କର ଗୋଡ ଖସିଯିବାରୁ ସେ ନଦୀର ଗଭୀର ପାଣିରେ ବୁଡି ଯାଇଥିଲେ । ଏହି ସମୟରେ ସେଠାରେ କେହି ନଥିବାରୁ ତାଙ୍କୁ ଉଦ୍ଧାର କରାଯାଇପାରିନଥିଲା। କିଛି ସମୟ ପରେ ସ୍ଥାନୀୟ ଲୋକେ ନଦୀରେ ମୃତଦେହ ଭାସୁଥିବା ଦେଖି ଉଦ୍ଧାର କରାଯିବା ପରେ ଯୁବକଜଣକ ସ୍ଥାନୀୟ ଉଲ୍ଲୋଳ ଗ୍ରାମର ମଦନ ନାୟକ ବୋଲି ଜଣା ପଡିଥିଲା।

ଖବର ପାଇ ସାଇଁକୁଳ ଫାଣ୍ତି ଅଧିକାରୀ ମାନସ ରଞ୍ଜନ ବେହେରା ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଥାନାରେ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ଏବେ ଶବ ବ୍ୟବଚ୍ଛେଦ ପାଇଁ ମଦନଙ୍କ ମୃତଦେହକୁ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟକୁ ପଠାଯାଇଛି।ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହେବା ସହ ଗରିବ ମଦନ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com