
ଭୁବନେଶ୍ୱର, ୨୬ ଫେବୃଆରୀ ୨୦୨୬: ଭାରତୀୟ ନିର୍ବାଚନ କମିଶନଙ୍କ ପକ୍ଷରୁ ଓଡ଼ିଶା ସମେତ ୧୦ଟି ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ନିମନ୍ତେ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଓଡ଼ିଶାରୁ ଖାଲି ପଡ଼ୁଥିବା ୪ଟି ଆସନ ପାଇଁ ଏହି ମତଦାନ ଅନୁଷ୍ଠିତ ହେବ।
ବିଜ୍ଞପ୍ତି ଅନୁଯାୟୀ, ପ୍ରାର୍ଥୀମାନେ ମାର୍ଚ୍ଚ ୫ ତାରିଖ ପର୍ଯ୍ୟନ୍ତ ନିଜର ନାମାଙ୍କନ ପତ୍ର ଦାଖଲ କରିପାରିବେ। ଏହାପରେ ମାର୍ଚ୍ଚ ୬ରେ ଦାଖଲ ହୋଇଥିବା ପତ୍ରଗୁଡ଼ିକର ଯାଞ୍ଚ କରାଯିବ। ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ମାର୍ଚ୍ଚ ୯ ତାରିଖକୁ ଶେଷ ସମୟ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୧୬ ରେ ନିର୍ବାଚନ ଅନୁଷ୍ଠିତ ହେବ।
ଓଡ଼ିଶାରେ ମମତା ମହାନ୍ତ, ମୁନା ଖାନ୍, ସୁଜିତ କୁମାର ଏବଂ ନିରଞ୍ଜନ ବିଶିଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ ୨ ତାରିଖରେ ଶେଷ ହେଉଛି। ବର୍ତ୍ତମାନର ବିଧାନସଭା ସଂଖ୍ୟା ଗରିଷ୍ଠତାକୁ ଦେଖିଲେ ଶାସକ ବିଜେପି ଏବଂ ବିରୋଧୀ ବିଜେଡି ମଧ୍ୟରେ ଆସନ ବଣ୍ଟନକୁ ନେଇ କଡ଼ା ଟକ୍କର ହେବାର ସମ୍ଭାବନା ରହିଛି। ଏହା ମଧ୍ୟରେ କଂଗ୍ରେସର କଣ ରଣନୀତି ରହିଛି ଦେଖିବାକୁ ବାକି ।



