ଓଡ଼ିଶା

ରାଜଧାନୀରେ ଛତିଶଗଡ ଯୁବକଙ୍କ ଆତଙ୍କରାଜ, ଗୋଡାଇ ଗୋଡାଇ ଲୋକଙ୍କୁ ମାରିଲେ ଛୁରୀ

ଭୁବନେଶ୍ବର: ରାଜଧାନୀରେ ଛତିଶଗଡ଼ ଯୁବକଙ୍କ ଆତଙ୍କ । ଭୁବନେଶ୍ବରରେ ଲୋକଙ୍କୁ ଗୋଡାଇ ଗୋଡାଇ ଛୁରୀ ମାରିଲେ ଯୁବକ । ଭିଏସଏସ ନଗରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଛୁରାମାଡରେ ଏକାଧିକ ଲୋକ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଖବର ପାଇ ସହିଦ ନଗର ଥାନା ପୋଲିସ ଯୁବକଙ୍କୁ କାବୁ କରିଛି ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ଭିଏସଏସ ନଗରରେ ଛତିଶଗଡ ଯୁବକଙ୍କ ଆତଙ୍କରାଜ ଦେଖିବାକୁ ମିଳିଛି । ଲୋକଙ୍କୁ ଗୋଡାଇ ଗୋଡାଇ ଛୁରା ମାଡ କରୁଥିବା ଦେଖିବାକୁ ମିଳିଥିଲା । ଏମିତିକି ଛୁରାମାଡରେ ଅନେକ ଲୋକ ଆହତ ହୋଇଥିବା ମଧ୍ୟ ଅଭିଯୋଗ ହୋଇଛି । ଛତିଶଗଡ ଯୁବକଙ୍କ ଏଭଳି କାଣ୍ଡ ଦେଖି ସ୍ଥାନୀୟଲୋକ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ସହିଦ ନଗର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ କାବୁ କରିଛି । ତେବେ ଯୁବକଙ୍କ ପରିଚୟ ମିଳିନଥିବା ବେଳେ ସେ କାହିଁକି ଏଭଳି କାଣ୍ଡ ଭିଆଇଛନ୍ତି ତାହା ମଧ୍ୟ ସ୍ପଷ୍ଟ ଜଣାପଡିନାହିଁ ।

Related Articles

Back to top button
WP Twitter Auto Publish Powered By : XYZScripts.com