ଓଡ଼ିଶାରାଜନୀତି

ବି.ଜେ.ଡି. ନେଲା ରାଜ୍ୟସଭା ଫର୍ମ

ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ସରଗରମ ହୋଇଛି ରାଜ୍ୟ ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳ ବିଜେପି, ବିଜେଡି ଏବଂ କଂଗ୍ରେସ ପ୍ରାର୍ଥୀ ଦେବାକୁ ଫୁଲ ଦମରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ପାଦେ ଆଗରେ ରହି ଗୁରୁବାର ପ୍ରଥମ ଦିନରୁ ହିଁ ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ କିଣିଛି ବିଜେଡି । ସାଂସଦ ସସ୍ମିତ ପାତ୍ର ଆଜି ୬ ସେଟ୍ ଫର୍ମ ନେଇଛନ୍ତି ।

ସେହିପରି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜନୈତିକ ବ୍ୟାପାର କମିଟି ବୈଠକ ବସୁଥିବାରୁ ରାଜନୀତି ଆହୁରି ଚଳଚଞ୍ଚଳ ହୋଇଛି । ଖାଲି ହେଉଥିବା ୪ଟି ରାଜ୍ୟସଭା ଆସନରୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବିଜେଡି ଖାତାକୁ ଗୋଟିଏ ଯିବା ନିଶ୍ଚିତ । ସେହିପରି ବିଜେପିକୁ ୨ଟି ଆସନ ଯିବା ସ୍ପଷ୍ଟ ଥିବାବେଳେ ଚତୁର୍ଥ ଆସନ କାହା ପାଖକୁ ଯିବ ତାହା ଏବେ ବି ଅସ୍ପଷ୍ଟ  ।

Related Articles

Back to top button