ଜାତୀୟରାଜନୀତି

ଭୋଟ୍ ଦେଉଛି ନେପାଳ: 275 ଆସନରେ ମତ ସାବ୍ୟସ୍ତ କରୁଛନ୍ତି ମତଦାତା

ନୂଆଦିଲ୍ଲୀ,୦୫/୦୩/୨୦୨୬ : ଆଜି ନେପାଳରେ ସାଧାରଣ ନିର୍ବାଚନ । ଦେଶରେ ଆଜି ଭୋଟ ନିଆଯାଉଥିବା ବେଳେ, ଶାନ୍ତି ଶୃଙ୍ଖଳା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତବର୍ଷ ନେପାଳରେ ତତ୍କାଳୀନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ସରକାର ବିରୋଧରେ ଆନ୍ଦୋଳନ କରିଥିଲେ ଜେନ-ଜି ବା ଦେଶର ଯୁବପିଢ଼ି । ନେପାଳର ପ୍ରାୟ 1.89 କୋଟି ମତଦାତା ମତଦାନ ଅଧିକାର ସାବ୍ୟସ୍ତ କରୁଛନ୍ତି ।

275 ସଦସ୍ୟ ବିଶିଷ୍ଟ ନେପାଳ ସଂସଦରେ, 165 ଆସନରେ ସିଧାସଳଖ ଭୋଟିଂ ବା Direct Voting ହେଉଛି । ଏଥିରେ ମୋଟ 3406 ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସେହିପରି ବାକି 110 ଆସନରେ ସମାନୁପାତିକ ଭୋଟ୍ ବା Proportionate Voting ମାଧ୍ୟମରେ ମତ ସାବ୍ୟସ୍ତ କରୁଛନ୍ତି ଭୋଟର୍ । ଏହି 110 ଆସନରେ ନିର୍ବାଚନୀ ମୈଦନରେ ଅଛନ୍ତି 3135 ଜଣ ପ୍ରାର୍ଥୀ । ଆଜି ସକାଳ 7ଟାରୁ ଭୋଟ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା ଅପରାହ୍ଣ 5ଟା ପର୍ଯ୍ୟନ୍ତ ଚାଲିବା କାର୍ଯ୍ୟକ୍ରମ ରହିଛି । ବାଲଟ ବକ୍ସରେ ମତଦାନ ସରିବା ପରେ ତୁରନ୍ତ ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହେବ ।

Related Articles

Back to top button