ଅନ୍ତର୍ଜାତୀୟଯୁଦ୍ଧ

ମଧ୍ୟପ୍ରାଚ୍ୟ ଯୁଦ୍ଧରେ ପ୍ରବେଶ କଲା ଅଷ୍ଟ୍ରେଲିଆ !

 ମୋବାଇଲ ନ୍ୟୁଜ 24×7 ବ୍ୟୁରୋ;  ମଧ୍ୟପ୍ରାଚ୍ୟରେ ଜାରି ରହିଛି ଘମାଘୋଟ ଯୁଦ୍ଧ । ଇରାନର ଭିତ୍ତିଭୂମିକୁ ନଷ୍ଟ କରିବା ପରେ, ଇସ୍ରାଏଲ ଏବଂ ଆମେରିକା ଇରାନର ତୈଳ ଡିପୋ ଓ ରିଫାଇନାରୀ ଉପରେ ବୋମା ପକାଇ ଧ୍ୱଂସ ଲୀଳା ଚଲାଇଛନ୍ତି । ତେବେ ଏହାରି ଭିତରେ ଯୁଦ୍ଧକୁ ପ୍ରବେଶ କରିଛି ଅଷ୍ଟ୍ରେଲିଆ । ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ ମଧ୍ୟପ୍ରାଚ୍ୟକୁ ସାମରିକ ସହାୟତା ଘୋଷଣା କରିଛନ୍ତି ।

ରୟାଲ ଅଷ୍ଟ୍ରେଲିଆ ବାୟୁସେନାର E-7A ୱେଜଟେଲ ନିରୀକ୍ଷଣ ବିମାନ ଏବଂ ସାମରିକ କର୍ମଚାରୀମାନଙ୍କୁ ଉପସାଗରୀୟ ଦେଶଗୁଡ଼ିକୁ ପଠାଯିବ। ଏହି ବିମାନ ପ୍ରାୟ ଚାରି ସପ୍ତାହ ପାଇଁ ଆକାଶ ଉପରେ ନଜର ରଖିବ ଏବଂ ବାୟୁ ସୁରକ୍ଷାରେ ସହାୟତା କରିବ। ଅଷ୍ଟ୍ରେଲିଆ ମଧ୍ୟ UAEକୁ କ୍ଷେପଣାସ୍ତ୍ର ଯୋଗାଇବ ।

୨୮ ଫେବୃଆରୀରୁ ଆରମ୍ଭ ହୋଇଥିବା ଏହି ଯୁଦ୍ଧରେ, ଇସ୍ରାଏଲ ଏବଂ ଆମେରିକା ଇରାନର ପ୍ରାୟ ୭ ହଜାର ବେସାମରିକ ଅଞ୍ଚଳକୁ ଟାର୍ଗେଟ କରି ୫,୫୦୦ରୁ ଅଧିକ ଘର ନଷ୍ଟ କରିଛନ୍ତି । ସେପରି ଇରାନ ଆକ୍ରମଣରେ ପାଖାପାଖି ୧୮୦୦ ଲୋକ ପ୍ରାଣ ହରାଇଲେଣି । ବର୍ତ୍ତମାନ, ଆମେରିକା ଇରାନର ପରମାଣୁ ସ୍ଥାନଗୁଡ଼ିକୁ କବଜା କରିବା ଏବଂ ସମୃଦ୍ଧ ୟୁରାନିୟମ ଜବତ କରିବା ପାଇଁ ସୈନ୍ୟ ପଠାଇବାକୁ ପ୍ରସ୍ତୁତ ହେଉଛି ।

Related Articles

Back to top button