
ଭୁବନେଶ୍ୱର ,ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ସୁନାବେଡା ଆରଡି ବିଭାଗ, ମଙ୍ଗଳବାର ପ୍ରକ୍ରିୟା ଆରମ୍ଭ କରିଛି। ଯନ୍ତ୍ରୀ ଜୟନ୍ତ କୁମାର ସାହୁ ଓ ଟିମ୍ ବ୍ରିଜ ନିର୍ମାଣ ସ୍ଥଳ ବୁଲି ମାଟି ପରୀକ୍ଷା ଆରମ୍ଭ କରିଛନ୍ତି। ମାପଚୁପ କରି ବୁଧବାରଠାରୁ ମୃତ୍ତିକା ସ୍ତର ପରୀକ୍ଷା ପାଇଁ ବୋରିଂ ଖନନ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଯନ୍ତ୍ରୀ ସାହୁ ସୂଚନା ଦେଇଛନ୍ତି। ସୂଚନାନୁଯାୟୀ, ପୋଲ ନ ଥିବାରୁ ଗ୍ରାମବାସୀ ଗତ ବିଧାନସଭା ଓ ଲୋକସଭାରେ ଭୋଟ ବର୍ଜନ କରିଥିଲେ। ଜିଲାପାଳ ମନୋଜ ସତ୍ୟବାନ ମହାଜନ ଏହି ଗ୍ରାମ ପରିଦର୍ଶନ କରି ବାସକୀ ନଦୀ ଉପରେ ପୋଲ ନିର୍ମାଣ ପ୍ରତିଶ୍ରୁତି ଦେଇଥିଲେ। ଏହାର ୧୪ ଦିନ ମଧ୍ୟରେ ରାଜ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ୬୦ ମିଟର ପୋଲ ନିର୍ମାଣ ପାଇଁ ମଞ୍ଜୁରୀ ଦେଇଥିଲା।କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ ପାଇଁ ସୁନାବେଡା ଆରଡି ବିଭାଗ ମଙ୍ଗଳବାର ପ୍ରକ୍ରିୟା ଆରମ୍ଭ କରିଛି।




