ଜାତୀୟମନୋରଞ୍ଜନ

୨୫ ମାର୍ଚ୍ଚରେ ଆସିବ ‘ଭୁଲ୍‌ ଭୁଲୈୟା-୨’

ମୁମ୍ବାଇ() କରୋନା ମହାମାରୀର ତୃତୀୟ ଲହରକୁ ଆଖି ଆଗରେ ରହି ବଲିଉଡ୍‌ର ଅନେକ ଆଗଧାଡ଼ିର ଫିଲ୍ମ ନିର୍ମାତା ସେମାନଙ୍କ ଫିଲ୍ମର ରିଲିଜ୍‌ ଡେଟ୍‌ରେ ପରିବର୍ତ୍ତନ ଆଣିଛନ୍ତି। କିନ୍ତୁ ‘ଭୁଲ୍ ଭୁଲୈୟା-୨’ ଫିଲ୍ମର ରିଲିଜ୍‌ ଡେଟ୍‌ ଅପରିବର୍ତ୍ତିତ ରହିବ ବୋଲି ଫିଲ୍ମର ନିର୍ମାତା ନିଜେ ଏହି କଥା କହିଛନ୍ତି। ବଲିଉଡ୍‌ ଅଭିନେତା କାର୍ତ୍ତିକ ଆର୍ୟନ୍‌ଙ୍କ ଅଭିନୀତ ‘ଭୁଲ୍‌ ଭୁଲୈୟା-୨’ ୨୫ ମାର୍ଚ୍ଚରେ ସିନେମା ହଲ୍‌ଗୁଡ଼ିକରେ ରିଲିଜ୍‌ ହେବ।

ଏହି ଫିଲ୍ମରେ କାର୍ତ୍ତିକ ଆର୍ୟନ୍‌ଙ୍କ ସହିତ କିଆରା ଆଡଭାନୀ ଓ ତବୁ ନଜର ଆସିବେ। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଅନିସ୍‌ ବଜମି।

ଫିଲ୍ମର ପ୍ରଯୋଜନା ଦାୟିତ୍ବରେ ଟି-ସିରିଜ୍‌, ଭୂଷଣ କୁମାର ଓ ମୁରାଦ ଖେତାନି ଅଛନ୍ତି। ‘ଭୁଲ୍‌ ଭୁଲୈୟା-୨’ର ସୁଟିଂ ସରିଯାଇଛି। ଏବେ କାର୍ତ୍ତିକ୍‌ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏଠାରେ ପ୍ରକାଶ ଥାଉ କି, ‘ଭୁଲ୍‌ ଭୁଲୈୟା’ର ମୂଳ ଫିଲ୍ମରେ ଅକ୍ଷୟ କୁମାର, ବିଦ୍ୟା ବାଲାନ୍‌ ଏବଂ ସାଇନି ଆହୁଜାଙ୍କୁ ଦେଖିବାକୁ ମିଳିଥିଲା। ୨୦୦୭ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ହିଟ୍‌ ସାବ୍ୟସ୍ତ ହୋଇଥିଲା।

Related Articles

Back to top button