ଓଡ଼ିଶା

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ୧୦ ମାସର ବାଘ ଛୁଆର ମୃତ୍ୟୁ

ବାରଙ୍ଗ() ରାଜଧାନୀ ଭବନେଶ୍ବର ଉପକଣ୍ଠରେ ଥିବା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ କେନ୍ଦ୍ର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଧଳା ବାଘୁଣୀ ‘ବିଜୟା’ର ଏକ ୧୦ ମାସର ଅଣ୍ଡିରା ଶାବକର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଗତ ୧୦ଦିନ ହେଲା ବାଘ ସଫାରୀରେ ମା’ ସହିତ ତିନି ଶାବକଙ୍କୁ ଛଡା ଯାଇଥିଲା । ଗତ ୩ ଦିନ ହେଲା ଦୁଇ ଶାବକ ଓ ମା’ ଫିଡିଂ ଚାମ୍ବରକୁ ଆସୁଥିଲେ। କିନ୍ତୁ ତୃତୀୟ ଶାବକ ଆଉ ଫେରି ନଥିଲା। ଆଜି ଜଣା ପଡିଲା ଯେ ତୃତୀୟ ଶାବକର ମୃତ୍ୟୁ ହୋଇଛି।  ସୂଚନାଯୋଗ୍ୟ, ଧଳା ବାଘୁଣୀ ବିଜୟା ସହିତ ସେଫ୍ ମିଳନରୁ ଗତ ମାର୍ଚ୍ଚ ମାସରେ ତିନୋଟି ଛୁଆ ଜନ୍ମ ହୋଇଥିଲା । ଏବେ ବିଜୟା ଛୁଆ ମାନଙ୍କୁ ପ୍ରାୟ ୧୦ ମାସ ହୋଇଛି ।

Related Articles

Back to top button