ଓଡ଼ିଶା

ଆଜି ପବିତ୍ର ମାଘ ସପ୍ତମୀ, ବିନା ଶ୍ରଦ୍ଧାଳୁରେ ଚନ୍ଦ୍ରଭାଗା ବୁଡ ସମ୍ପନ୍ନ

ପୁରୀ() ଅ।ଜି ପବିତ୍ର ମାଘ ସପ୍ତମୀ, ଖଁ। ଖଁ। ଚନ୍ଦ୍ରଭାଗା ବେଳା ଭୂମି । କୋଭିଡ ପାଇଁ ଶ୍ରଦ୍ଧାଳୁଙ୍କ ବୁଡ ଓ ସୂର୍ଯ୍ୟ ଦର୍ଶନ ଉପରେ କଟକଣା ଜାରି କରିଥିଲା ପ୍ରଶାସନ । ଯାହା ପାଇଁ ଠାକୁରଙ୍କ ରିତୀନିତୀ ପରେ ତୀର୍ଥ ପୁଷ୍ପରଣୀରେ ଠାକୁର ସ୍ନାନ ପରେ ବୁଡ ପକାଇଥିଲେ ସାଧୁସନ୍ଥ । କିନ୍ତୁ ବର୍ଷକରେ ଥରେ ଏହି ସୁଯୋଗକୁ ହାତଛଡା କରି ନିରାଶ ହୋଇଥିଲେ ଶ୍ରଦ୍ଧାଳୁ । ଅ।ଜିର ତିଥି ରେ ପ୍ରଭୁ ସୂର୍ଯ୍ୟଦେବ ଜନ୍ମ ଗ୍ରହଣ କରିଥିଲେ । ଆଜିର ଦିନରେ ଚନ୍ଦ୍ରଭାଗାରେ ସ୍ନାନକରି ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ କଲେ ରୋଗ ଶୋକ ରୁ ମୁକ୍ତି ମିଳିଥାଏ ବୋଲି ବିଶ୍ଵାସ ରହିଛି । ଏହି ବିଶ୍ଵାସ ଓ ପରଂପରା ଅନୁସାରେ ଅ।ଜି ଚନ୍ଦ୍ରଭାଗାରେ ହଜାର ହଜାର ଭକ୍ତ ଚନ୍ଦ୍ରଭାଗା ପବିତ୍ର ତୀର୍ଥ ପୁଷ୍ପରଣୀ ରେ ସ୍ନାନ କରିଥାନ୍ତି ଶ୍ରଦ୍ଧାଳୁ । କିନ୍ତୁ ଚଳିତ ବର୍ଷ କୋଭିଡ କଟକଣା ପାଇଁ ମେଳା ପଡିଅ। ଓ ତୀର୍ଥ ପୁଷ୍ପରଣୀ ଅଂଚଳକୁ ପ୍ରଶାସନ 144 ଧାରା ଜାରି କରାଯାଇଥିବାରୁ ବିନା ଭକ୍ତରେ ସମସ୍ତ କାର୍ଯ୍ୟ ତ୍ଵରାନିତ ହୋଇଛି ।

ପରମ୍ପରା ଅନୁଯାୟୀ ତିନି ଠାକୁର ତ୍ରିବେଣେଶ୍ଵର, ଇସାନେଶ୍ଵର, ଦକ୍ଷିଣେସ୍ଵର ବିମାନ ରେ ବିଜୟାମାନ ହୋଇ ବିମାନ ରେ ଶୋଭାଯାତ୍ରା ଅ।ସିବା ପରେ ଅନନ୍ତ ଅବଧୁତ ମଠ ରୁ ତିର୍ଥ ଅ।ଳତି ପାଇଁ ଆସିଥିବା ଅଖଣ୍ଡ ଯଜ୍ଞକୁଣ୍ଡରୁ ଜ୍ୟୋତି ଚନ୍ଦ୍ରଭାଗା ପୁଷ୍ପରଣୀ ନିକଟରେ ଅ।ଳତି କରାଯାଇଥିଲା । ଅ।ଳତିପରେ ପରଂପରା ଅନୁସାରେ ପ୍ରଥମେ ତିନି ଠାକୁର ସ୍ନାନ କରିବା,ପରେ ସାଧୁସନ୍ଥ ତୀର୍ଥ ପୁଷ୍ପରଣୀରେ ସ୍ନାନ କରିଥିଲେ । କିନ୍ତୁ କୋଭିଡ କଟକଣା ଚଳିତ ବର୍ଷ ଲକ୍ଷାଧିକ ଭକ୍ତଙ୍କୁ ନିରାଶ କରିଛି । ବିଶ୍ଵାସ ରହିଛି ଅ।ଜିର ଦିନରେ ଏଠ।ରେ ବୁଡ ପକାଇଲେ ବିଭିନ୍ନ ରୋଗରୁ ଉପଶମ ମିଳିଥିବା ବେଳେ ମାନସିକ ଶାନ୍ତି ମିଳିଥାଏ । ଲୋକକଥାନୁସାରେ ପ୍ରଭୁ କୃଷ୍ଣଙ୍କ ପୁଅ ଶାମ୍ଵ କୁଷ୍ଠରୋଗରେ ପିଡୀତ ଥିବା ବେଳେ ଚନ୍ଦ୍ରଭାଗାରେ ସ୍ନାନ କରି ଉଦିତ ସୂର୍ଯ୍ୟ ଦର୍ଶନ କରି ମୁକ୍ତି ପାଇଥିଲେ ବୋଲି ସାଧୁସନ୍ଥ କହିଛନ୍ତି ।

Related Articles

Back to top button
WP Twitter Auto Publish Powered By : XYZScripts.com