ମୁମ୍ବାଇ: ନିକଟରେ ପାୟଲ ରୋହତଗିଙ୍କୁ ଶୋ ଲକ୍ ଅପ୍ ରେ ଦେଖିବାକୁ ମିଳିଥିଲା । ଶୋ’ରେ ସେ ଅନେକ ବଡ ବଡ ଖୁଲାସା କରିଥିଲେ । ଯାହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଏହା ବ୍ୟତୀତ ପାୟଲ ତାଙ୍କ ପ୍ରେମିକ ସଂଗ୍ରାମ ସିଂଙ୍କ ସହ ଜଡିତ ଅନେକ କଥା କହିଥିଲେ। ବର୍ତ୍ତମାନ ଶୋ’ରୁ ବାହାରିବା ପରେ ପାୟଲ ସଂଗ୍ରାମଙ୍କ ସହ ରୋମାଣ୍ଟିକ ଡେଟ୍ରେ ଯାଉଛନ୍ତି । ଅଧିକରୁ ଅଧିକ ସମୟ ଦୁହେଁ ବିତାଉଛନ୍ତି । ଉଭୟ ବିବାହ ପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛନ୍ତି। ଏହି ସମୟରେ ପାୟଲ ସଂଗ୍ରାମଙ୍କୁ ମଧ୍ୟ ଧମକ ଦେଇଛନ୍ତି। ଯାହା ଦେଖି ଫ୍ୟାନ୍ସମାନେ ମଧ୍ୟ ଚକିତ ହୋଇ ପଡିଛନ୍ତି ।
ନିକଟରେ ସଂଗ୍ରାମଙ୍କୁ ପାୟଲ ବିବାହ ପାଇଁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଥାଶୀଘ୍ର ବିବାହ ତାରିଖ ଚୂଡାନ୍ତ କର ନହେଲେ….ବହୁତ ବଡ ପଦକ୍ଷେପ ନେବି। ଏହା ଶୁଣି ଆପଣ ବି ଚକିତ ହୋଇପଡିଥିବେ । ହେଲେ ଏହା ପାୟଲ ପ୍ରକୃତରେ ଧମକ ଦେଇ ନାହାନ୍ତି । ବରଂ ଥଟ୍ଟା କରି କହିଛନ୍ତି। ଏହାର ଏକ ଭିଡିଓ ବର୍ତ୍ତମାନ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
ପୂର୍ବରୁ ପାୟଲ ସଂଗ୍ରାମ ବିବାହ ବିଷୟରେ ଖୋଲା ଖୋଲି ଭାବରେ କହିଥିଲେ, ଆମେ ଖୁବ୍ ଶୀଘ୍ର ବିବାହ କରିବୁ। ବିବାହର ତାରିଖ କହି ନାହାନ୍ତି । କହିଛନ୍ତି ସମୟ ଆସିଲେ ନିଶ୍ଚୟ କହିବି ।
Back to top button