ଓଡ଼ିଶା
କଟକରେ ଜାତୀୟ ଆଦିବାସୀ ମେଳା: ଯୋଗ ଦେବେ ୧୧ ଜିଲ୍ଲା ଓ ୧୬ ରାଜ୍ୟର ଜନଜାତି
![](https://i0.wp.com/odia.mobilenews24x7.com/wp-content/uploads/2022/05/44.png?resize=538%2C345&ssl=1)
କଟକ: କଟକ ଉପର ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ହେବ ଜାତୀୟ ଆଦିବାସୀ ମେଳା । ଏନେଇ ଜିଲ୍ଲା ପ୍ରଶାସନ ତରଫରୁ କଟକ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ସୂଚନା ଅନୁଯାୟୀ ମେ ୨୦ରୁ ଆରମ୍ଭ ହୋଇ ୩୦ ତାରିଖ ପର୍ୟ୍ୟନ୍ତ ଚାଲିବ ମେଳା । ପ୍ରଥମ ଥର ପାଇଁ କଟକରେ ହେବାକୁ ଥିବା ଏହି ମେଳାରେ ସ୍ଥାନ ପାଇବ ୧୨୦ରୁ ୧୪୦ଟି ଷ୍ଟଲ । ଆମ ରାଜ୍ୟର ୧୧ ଜିଲ୍ଲାରୁ ଓ ଦେଶର ୧୬ଟି ରାଜ୍ୟରୁ ବହୁ ଆଦିବାସୀ ଓ ଜନଜାତି ସମ୍ପ୍ରଦାୟର ନାମୀ ଦାମୀ ଓ ଗୁଣୀ କଳାକାର, ବୁଣାକାର ଓ ଶିଳ୍ପୀ ଏଥିରେ ଅଂଶଗ୍ରହଣ କରି ନିଜର କଳାକୃତି, ଲୋକନୃତ୍ୟ ଓ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରିବାର କାର୍ୟ୍ୟକ୍ରମ ରହିଛି । ସା ପରିଚୟ ଫାଉଣ୍ଡେସନ ତରଫରୁ ଏହି ମେଳାର ଆୟୋଜନ କରାଯିଵ ।