ନିକଟରେ ଏକ ସାକ୍ଷାତକାରରେ ରାଧିକା ଖୁଲାସା କରିଥିଲେ କି ବଲିଉଡରେ ସ୍ଥାନ ପାଇବା ତାଙ୍କ ପାଇଁ ସହଜ କାମ ନୁହେଁ। ଯେତେବେଳେ ସେ ନୂଆ ଥିଲେ ସେତେବେଳେ ମୋ ଉପରେ ବହୁତ ଚାପ ପଡୁଥିଲା। ନିଜକୁ ସୁନ୍ଦର ଦେଖାଯିବା ପାଇଁ ବହୁତ ଚାପ ପକାଯାଉଥିଲା। କାହିଁକି ନା କ୍ୟାରିୟର ଆରମ୍ଭରୁ ହିଁ ବହତ ସର୍ଜରୀ କରିବାକୁ ପଡିଥିଲା।
ମୋର ବଡ ଶରୀର ଏବଂ ମୁହଁରେ ଅନେକ ପରିବର୍ତ୍ତନ କରିବାକୁ ମୋତେ କୁହାଯାଇଥିଲା । ପ୍ରଥମେ ତାଙ୍କୁ ନାକ ସର୍ଜରୀ ପାଇଁ କୁହାଗଲା ପରେ ଦ୍ବିତୀୟ ମିଟିଂରେ ବ୍ରେଷ୍ଟ ସର୍ଜରୀ କରିବାକୁ କୁହାଯାଇଥିଲା । କେବଳ ଏତିକି ନୁହେଁ, ତା ପରେ ଗାଲରେ, ବୋଟକ୍ସ । ଏସବୁ ପରେ ମୁଁ ମୋ ଶରୀରକୁ ଦେଖିଥିଲି । ବହୁତ କିଛି ପରିବର୍ତ୍ତନ ହୋଇଥିଲା । ଧିରେ ଧିରେ ଶରୀରକୁ ଅଧିକ ଭଲ ପାଇବାକୁ ଆରମ୍ଭ କଲି।