ଜାତୀୟ
ଅଗ୍ନିପଥକୁ ନେଇ ବିହାରରେ ଜେଡିୟୁ ଓ ବିଜେପିକୁ ଟାର୍ଗେଟ କଲେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର, ଜାଣନ୍ତୁ କହିଲେ କ’ଣ?
ପାଟନା: ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ରବିବାର ବିହାରରେ ଦୁଇ କ୍ଷମତାସୀନ ସହଯୋଗୀ ଜନତାଦଳ–ୟୁ ଓ ବିଜେପି ଉପରେ ବର୍ଷିଛନ୍ତି। ସେ କହିଛନ୍ତି ଯେ ଏଠାରେ ଉଭୟ ପାର୍ଟି ପରସ୍ପର ସହ ଲଢୁଥିବା ବେଳେ ରାଜ୍ୟ ଏଣେ ଜଳୁଛି। ଏ ନେଇ ପିକେ ଏକ ଟ୍ୱିଟ୍ ମଧ୍ୟ କରିଛନ୍ତି। ଏଥିରେ ଅଗ୍ନିପଥକୁ ନେଇ ଆନ୍ଦୋଳନ ହେବା ଦରକାର ବୋଲି ଉଲ୍ଲେଖ କରିଛନ୍ତି, ତେବେ ହିଂସା ଓ ଭଙ୍ଗାରୁଜା ହେବା କଥା ନୁହେଁ ବୋଲି କହିଛନ୍ତି।
ସେ କହିଛନ୍ତି ଯେ ବିହାର ଜଳୁଥିବା ବେଳେ ଉଭୟ କ୍ଷମତାସୀନ ପାର୍ଟି ପରସ୍ପର ଉପରେ ଆରୋପ ଓ ପ୍ରତ୍ୟାରୋପ ଲଗାଇଚାଲିଛନ୍ତି। ସେମାନଙ୍କ ପାରସ୍ପାରିକ ବିବାଦର ପରିଣାମ ଏବେ ରାଜ୍ୟବାସୀଙ୍କୁ ଭୋଗିବାକୁ ପଡୁଛି। ଦିନକ ପୂର୍ବରୁ ଶନିବାର ବିହାର ବିଜେପି ସଭାପତି ସଞ୍ଜୟ ଜୟସ୍ୱାଲ ନିତିଶ କୁମାର ନେତୃତ୍ୱାଧୀନ ସରକାରଙ୍କ ସମାଲୋଚନା କରିଥିଲେ। ରାଜ୍ୟରେ ହିଂସକ ବିରୋଧ ରୋକିବା ଲାଗି ସରକାରଙ୍କ ପ୍ରୟାସ ଅପର୍ଯ୍ୟାପ୍ତ ଥିଲା ବୋଲି ଜୟସ୍ୱାଲ ଅଭିଯୋଗ କରିଥିଲେ।
#Agnipath पर आंदोलन होना चाहिए, हिंसा और तोड़फोड़ नहीं।
बिहार की जनता #JDU और #BJP के आपसी तनातनी का ख़ामियाज़ा भुगत रही है। बिहार जल रहा है और दोनों दल के नेता मामले को सुलझाने के बजाए एक दूसरे पर छींटाकशी और आरोप प्रत्यारोप में व्यस्थ हैं।
— Prashant Kishor (@PrashantKishor) June 19, 2022