ଓଡ଼ିଶା
ସାରା ରାଜ୍ୟ ଆଜି ପାଳୁଛି ରସଗୋଲା ଦିବସ

ଭୁବନେଶ୍ୱର: ଆଜି ରସଗୋଲା ଦିବସ । ସାରା ରାଜ୍ୟରେ ପାଳିତ ହେଉଛି ‘ରସଗୋଲା ଦିବସ’ । ପ୍ରତିବର୍ଷ ନୀଳାଦ୍ରି ବିଜେ ତିଥିରେ ପାଳନ କରାଯାଇଥାଏ ‘ରସଗୋଲା ଦିବସ’ । ମା ଲକ୍ଷ୍ମୀଙ୍କ ମାନ ଭଞ୍ଜନ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥ ରସଗୋଲା ପ୍ରଦାନ କରିବେ । ଏହି ପରମ୍ପରା ବହୁ କାଳରୁ ଜଗନ୍ନାଥ ସଂସ୍କୃତିରେ ପରିଚାଳିତ ହୋଇ ଆସୁଛି ।





