ଓଡ଼ିଶା

ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା କରାଇଲେ ଶ୍ରମ ମନ୍ତ୍ରୀ

ବ୍ରହ୍ମପୁର, ୩୧/୦୭/୨୦୨୨- ଗଞ୍ଜାମ ଜିଲ୍ଲା ପୋଲସରା ବିଧାୟକ ତଥା ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ମେଡ଼ିକାଲ ପଠାଇଛନ୍ତି । ଶୁକ୍ରବାର ମନ୍ତ୍ରୀ ଶ୍ରୀକାନ୍ତ  ଭୁବନେଶ୍ୱରରୁ ନିଜ ନିର୍ବାଚନ ମଣ୍ଡଳୀ ପୋଲସରା ଆସୁଥିବା ବେଳେ ରାତି ପ୍ରାୟ ୮ ଘଣ୍ଟା ସମୟରେ ଉସ୍ଥାପଡା ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ନିଜ ଗାଡ଼ିରୁ ଓହ୍ଲାଇ ଘନ ଅନ୍ଧକାରରେ ପଡ଼ିଥିବା ଆହତ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ । ଆହତ ବ୍ୟକ୍ତିଙ୍କର ଗୁରୁତର ଅବସ୍ଥାକୁ ଦେଖି ମନ୍ତ୍ରୀ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୋଲସରା ମେଡ଼ିକାଲକୁ  ଯାଇ ଆହତ  ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ  ଭର୍ତ୍ତି କରାଇବା ସହିତ ଆହତ ବ୍ୟକ୍ତିଙ୍କର ସମସ୍ତ ଚିକିତ୍ସା ଅର୍ଥ ବହନ କରିଥିଲେ।

Related Articles

Back to top button
WP Twitter Auto Publish Powered By : XYZScripts.com