ଐତିହ୍ୟ ଓ ସଂସ୍କୃତିଓଡ଼ିଶାଜାତୀୟ

ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ମହୁଲପଲ୍ଲୀ ଗ୍ରାମରେ ନନ୍ଦୋତ୍ସବ ପାଳନ

ବ୍ରହ୍ମପୁର, ୨୦/୦୮/୨୦୨୨-   ଗଞ୍ଜାମ ଜିଲ୍ଲା  ପୋଲସରା ବ୍ଲକ ଅନ୍ତର୍ଗତ ମହୁଲପଲ୍ଲୀ ଗ୍ରାମରେ ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ଅଗଷ୍ଟ ୧୯ ତାରିଖରେ ନନ୍ଦୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶାର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ଗୋପାଳ ସମାଜର ୧୨ ହଜାରରୁ ଉର୍ଦ୍ଧ୍ୱ  ମହିଳା ଓ ପୁରୁଷ ଏହି ନନ୍ଦୋତ୍ସବରେ ଅଂଶ ଗ୍ରହଣ କରିଥିଲେ ।  ଅନ୍ୟମାନଙ୍କ ମଧ୍ୟରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, କବିସୂର୍ଯ୍ୟନଗର ବିଧାୟିକା ଲତିକା ପ୍ରଧାନ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ଉପାଧ୍ୟକ୍ଷ କାହ୍ନୁ ଚରଣ ପରିଡା, ପୋଲସରା ଏନଏସି ଅଧ୍ୟକ୍ଷା ସଂଗୀତା ବେହେରା ଓ ବର୍ତ୍ତୀନୀ ମହାବିଦ୍ୟାଳୟ ଅଧ୍ୟାପକ ମନୋଜ କୁମାର ସାହୁ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଗୋପାଳ ସମାଜର ସଭାପତି ନିରଞ୍ଜନ ଗୌଡ଼ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ଗଙ୍ଗାଧର ଗୌଡ଼, ସମ୍ପାଦକ ରମେଶ ଚନ୍ଦ୍ର ଗୌଡ଼, ସହ ସମ୍ପାଦକ ରତ୍ନାକର ଗୌଡ଼, କୋଷାଧ୍ୟକ୍ଷ ସୁଶାନ୍ତ କୁମାର ଗୌଡ଼ ପ୍ରମୁଖ ମଞ୍ଚାସୀନ ଥିଲେ।

Related Articles

Back to top button