ଐତିହ୍ୟ ଓ ସଂସ୍କୃତି

ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ଉତ୍ସବ

ବ୍ରହ୍ମପୁର, ୦୧/୦୯/୨୦୨୨-  ବ୍ରହ୍ମପୁର ବ୍ରହ୍ମା ନଗର – ଜ୍ୟୋତି ନଗର ବରିଷ୍ଠ ନାଗରିକ ମଞ୍ଚର ତୃତୀୟ ବାର୍ଷିକୀ ଉତ୍ସବ, ସ୍ଥାନୀୟ ଶୁଭଲଗ୍ନ କଲ୍ୟାଣ ମଣ୍ଡପ ପରିସରରେ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି।

ସଭା ପ୍ରାରମ୍ଭରେ ମଞ୍ଚ ସଭାପତି ଭବାନି ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତା ତଥା ସମ୍ପାଦକ ସୁରେନ୍ଦ୍ର ପାଢିଙ୍କ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ଶିଶୁ ବିଶେଷଜ୍ଞ ଡଃ ‌ରବି କୁମାର ଶତପଥି ଯୋଗଦେଇ ସ୍ୱାସ୍ଥ୍ୟ ଓ ସାମାଜିକ ବିଷୟରେ ବକ୍ତବ୍ୟ ରଖିଥିଲେ । ମଞ୍ଚ ତରଫରୁ ଆୟୋଜିତ ଶିଶୁ ପ୍ରତିଭା ଅନ୍ୱେଷଣର ବିଭିନ୍ନ ପ୍ରତିଯୋଗିତାରେ  34 ଜଣ କୃତି ଛାତ୍ରଛାତ୍ରୀଙ୍କୁ ପଦକ ସହ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।

ମଞ୍ଚାସିନ ସମ୍ପାଦକ ମଞ୍ଚ ର ସମ୍ପୁର୍ଣ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ଉପଦେଷ୍ଟା ଅବସର ପ୍ରାପ୍ତ ପ୍ରସାଶନିକ ଅଧିକାରୀ ପ୍ରକାଶ ଚନ୍ଦ୍ର ଦାଶ ମଞ୍ଚର ସାଙ୍ଗଠନିକ ବିଧିବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ ଆଗେଇ ନେବାରେ କାର୍ଯ୍ୟ କାରୀ ସଭାପତି,ଡି ଡି ରାଓ, ସାଙ୍ଗଠନିକ ସମ୍ପାଦକ ସୁକାନ୍ତ କୁମାର ପଟ୍ଟନାୟକ, କୋଷାଧ୍ୟକ୍ଷ ନରୋତ୍ତମ ଦାଶ, ମୁଖ୍ୟ ସଂଯୋଜକ ଉମାଶଙ୍କର ପାଣି, ସହ ସଂଜୋଜକ ଇଶ୍ୱର ପ୍ରସାଦ ସାହୁ, ଅନ୍ୟତମ ସକ୍ରିୟ ସଦସ୍ୟ ଅଜିତ୍ ହୋତା,ଶରତ ଚନ୍ଦ୍ର ମହାପାତ୍ର, କାର୍ଯ୍ୟ କାରିଣୀ ସଦସ୍ୟ ନିରଞ୍ଜନ ମହାନ୍ତି ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।

Related Articles

Back to top button
WP Twitter Auto Publish Powered By : XYZScripts.com