ଅନ୍ୟାନ୍ୟ
କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ, ୦୨/୦୯/୨୦୨୨- କଟକ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ସିଡିଏ ସେକ୍ଟର-୯ ସ୍ଥିତ ବାସ ଭବନରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଫ୍ୟାନରୁ ସୁବାସଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଏ ଘଟଣାର ଅଧିକ ତଦନ୍ତ କରୁଛି ।