ଅନ୍ୟାନ୍ୟ

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ ପ୍ରକ୍ରିୟା ନେଇ ଉଠିଲା ପ୍ରଶ୍ନ

ଭୁବନେଶ୍ୱର, ୧୩ /୧୦/୨୦୨୨-   ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗର ଗୁମର ଯେତେ ଖୋଲୁଛି ସେତେ ବଢିବାରେ ଲାଗିଚି ପ୍ରତିଷ୍ଠିତ ବ୍ୟକ୍ତିଙ୍କ ତାଲିକା । ଏମାନଙ୍କ ଭିତରେ ରହିଛନ୍ତି ପ୍ରାୟ ୨୫ରୁ ଅଧିକ ନେତା ଓ ପ୍ରଭାବଶାଳୀ ବ୍ୟକ୍ତି । ଯାହାଙ୍କ ମଧ୍ୟରେ ୩ ଜଣ ମନ୍ତ୍ରୀଙ୍କ ସମେତ ୧୮ଜଣ ବିଧାୟକ ରହିଛନ୍ତି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏମାନଙ୍କ ମଧ୍ୟରେ ଅଧିକାଂଶ ଶାସକ ଦଳର ବୋଲି ଚର୍ଚ୍ଚା ହେଉଛି । ଯାହାକୁ ନେଇ କମିଶନରେଟ୍ ପୋଲିସର ତଦନ୍ତ ଉପରେ ପ୍ରଶ୍ନ ଉଠିଛି ।

ଯଦିଓ ଅର୍ଚ୍ଚନାଙ୍କୁ ଗିରଫ କରି ପୋଲିସ୍ ଜେଲ୍ ପଠାଇବାର ସପ୍ତାହେରୁ ଅଧିକ ସମୟ ବିତିଗଲାଣି, ତଥାପି କାହିଁକି ଏଯାଏଁ ଅର୍ଚ୍ଚନାକୁ ରିମାଣ୍ଡରେ ଆଣି ପଚରାଉଚରା କରୁନି ତାକୁ ନେଇ ବି ପ୍ରଶ୍ନ ଉଠିଛି । ସେପଟେ ଅର୍ଚ୍ଚନାଙ୍କ ବ୍ୟାଙ୍କ ଆକାଉଣ୍ଟରେ କୌଣସି ଟଙ୍କା ନଥିବା ତଥ୍ୟ ପଦାକୁ ଆସିବା ପରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏପରିକି ଜବତ ହୋଇଥିବା ଲ୍ୟାପଟପ୍‌, ପେନ ଡ୍ରାଇଭ୍‌କୁ ଫରେନସିକ ଲ୍ୟାବକୁ ପଠାଯାଇଥିଲେ ବି ତାହା ସମ୍ବନ୍ଧୀୟ କୌଣସି ତଥ୍ୟର ସତ୍ୟାସତ୍ୟକୁ ନେଇ ସନ୍ଦେହ ବଢିବାରେ ଲାଗିଛି ।

Related Articles

Back to top button
WP Twitter Auto Publish Powered By : XYZScripts.com