ଓଡ଼ିଶାଜାତୀୟସ୍ୱାସ୍ଥ୍ୟ

ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳିବ ଡେ କେୟାର ସୁବିଧା

ଭୁବନେଶ୍ୱର, ୧୯ /୧୦/୨୦୨୨-   ସାଧାରଣ ଲୋକଙ୍କୁ ଉନ୍ନତ ଏବଂ ସହଜ ଚିକିତ୍ସା ସୁବିଧା ଯୋଗାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର । ସରକାରଙ୍କ ନୂଆ ଯୋଜନା ଅନୁଯାୟୀ ବଦଳାଯିବ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଚେହେରା ଓ ପରିଭାଷା । ଏହା ଦୁଇ ଭାଗରେ ବିଭକ୍ତ ହେବ । ଡେ କେୟାର ପିଏଚ୍‌ସି ଓ ଅନ୍ୟଟି ୨୪ଘଣ୍ଟିଆ ପିଏଚ୍‌ସି । ୨୪ଘଣ୍ଟିଆ ପିଏଚ୍‌ସିରେ ପ୍ରସବ ହେବା ଭଳି ସୁବିଧା କରାଯିବ । ଡେ କେୟାର ପିଏଚ୍‌ସିରେ ୨ଟି ଅବଜରଭେସନ ଶଯ୍ୟା ଓ ୨୪ଘଣ୍ଟିଆରେ ୬ଟି ଶଯ୍ୟା ରଖାଯିବ । ‌ଖାଲି ଏତିକି ନୁହେଁ ଜନସଂଖ୍ୟା ଆଧାରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଶଯ୍ୟା ସଂଖ୍ୟା ବୃଦ୍ଧି କରାଯିବ ।

୩୦ଲକ୍ଷରୁ ଅଧିକ ଜନସଂଖ୍ୟାରେ ୭ଶହ, ୨୦-୩୦ଲକ୍ଷରେ ୫ଶହ, ୧୦-୨୦ଲକ୍ଷ ଜନସଂଖ୍ୟାରେ ୪ଶହ, ୫-୧୦ଲକ୍ଷ ଜନସଂଖ୍ୟାରେ ୩ଶହ, ୨-୫ଲକ୍ଷ ଜନସଂଖ୍ୟାରେ ୨ଶହ ଓ ୨ଲକ୍ଷରୁ କମ୍ ଜନସଂଖ୍ୟାରେ ୧୦୦ଟି ଶଯ୍ୟା ରହିବ । ଭାରତୀୟ ଜନସ୍ବାସ୍ଥ୍ୟ ମାନଦଣ୍ଡ ବା ଆଇପିଏଚ୍‌ଏସ୍ ଆଧାରରେ କେନ୍ଦ୍ର ସରକାର ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକର ଗୁଣବତ୍ତା ବୃଦ୍ଧି କରିବାକୁ ବାଧ୍ୟତାମୂଳକ କରିଛନ୍ତି । ତେଣୁ ରାଜ୍ୟରେ ମଧ୍ୟ ଆଇପିଏଚ୍‌ଏସ୍ ଆଧାରରେ ହସ୍ପିଟାଲଗୁଡ଼ିକରେ ସୁଧାର ଆଣିବା ଲାଗି ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି । ଆଇପିଏଚ୍‌ଏସ୍ ଅନୁସାରେ ୨୦୨୪ ଆର୍ଥିକ ବର୍ଷ ସୁଦ୍ଧା ଅତିକମ୍‌ରେ ୩୦ ପ୍ରତିଶତ ଓ ୨୦୨୫ ସୁଦ୍ଧା ୫୦ ପ୍ରତିଶତ ସ୍ବାସ୍ଥ୍ୟାନୁଷ୍ଠାନର ଅପଗ୍ରେଡ୍ କରାଯିବ ।

ରାଜ୍ୟରେ ଥିବା ୪୯ଟି ଅନ୍ୟ ହସ୍ପିଟାଲ ମଧ୍ୟରୁ ୯ଟି ପିଏଚ୍‌ସିକୁ ଡେ କେୟାର ଓ ୪୦ଟିକୁ ୨୪ଘଣ୍ଟିଆ ପିଏଚ୍‌ସି ଭାବେ ସରକାର ନିଷ୍ପତ୍ତି ନେଇଛନ୍ତି । ସେହିପରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଗୁଡିକୁ ମଧ୍ୟ ସମାନ ଢଙ୍ଗରେ ପରିବର୍ତନ କରାଯିବ । ଫାଷ୍ଟ ରେଫରାଲ ୟୁନିଟ୍ ଓ ଅନ୍ୟଟି ଅଣ-ଏଫ୍‌ଆରୟୁ ସିଏଚ୍‌ସି । ଅଣ ଏଫ୍‌ଆରୟୁ ସିଏଚ୍‌ସିରେ ୩୦ ଶଯ୍ୟା ରହିବ । ଯେଉଁ ଅଣ ଏଫ୍‌ଆରୟୁ ସିଏଚ୍‌ସିରେ ୩୫ଟି ଶଯ୍ୟା ରହିଛି ତାହାକୁ ଅପଗ୍ରେଡ୍ କରାଯାଇ ୫୦ କୁ ବୃଦ୍ଧି କରାଯିବ । ଏଥିରେ RMNCAH +N ସେବା ଉପଲବ୍ଧ ହେବ । ନୟାଗଡ଼ର ବସନ୍ତ ମଞ୍ଜରୀ ଜେନେରୋଲ ହସ୍ପିଟାଲକୁ ଅପଗ୍ରେଡ୍ କରାଯାଇ ଉପଖଣ୍ଡ ହସ୍ପିଟାଲରେ ପରିଣତ କରାଯିବ । ଭଦ୍ରକ, କେନ୍ଦ୍ରାପଡ଼ା ଓ ମାଲକାନଗିରିରେ ଥିବା ୨ଟି ହସ୍ପିଟାଲରେ ୬ରୁ ଅଧିକ ଶଯ୍ୟା ଥିବା ବେଳେ ଏହାକୁ ୨୪ଘଣ୍ଟିଆ ପିଏଚ୍‌ସିରେ ପରିଣତ କରିବା ଲାଗି ରାଜ୍ୟ ସରକାର ଘୋଷଣା କରିଛନ୍ତି।

 

Related Articles

Back to top button