Featuredଜାତୀୟଶିକ୍ଷା

‘Best Of Five’ରେ ସାମିଲ ହେବ ସ୍କିଲ ସବଜେକ୍ଟ :CBSE

ନୂଆଦିଲ୍ଲୀ: ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଇଁ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଏକ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ନବମ ଓ ଦଶମ ଶ୍ରେଣୀ ପିଲାଙ୍କ କ୍ଲାସ ପାଇଁ ‘ବେଷ୍ଟ ଅଫ୍ ଫାଇଭ’ରେ ସ୍କିଲ ସବଜେକ୍ଟକୁ ସାମିଲ କରାଯାଇପାରେ । ତେବେ ସିବିଏସଇର ଏହି ନିଷ୍ପତ୍ତି ପରେ ହଜାର ହଜାର ଛାତ୍ରଛାତ୍ରୀ ବିଶେଷ ଭାବେ ଉପକୃତ ହୋଇ ପାରିବେ ବୋଲି କୁହାଯାଉଛି ।

‘ବେଷ୍ଟ ଅଫ୍ ଫାଇଭ’ର ଅର୍ଥ ହେଉଛି ଯେଉଁ ୫ଟି ବିଷୟରେ ଛାତ୍ରଛାତ୍ରୀମାନେ ସବୁଠାରୁ ଅଧିକ ନମ୍ବର ହାସଲ କରିଥାନ୍ତି । ଇଲେକ୍ଟିଭ୍ ବିଷୟରେ ଭଲ ହାସଲ କରିନଥିଲେ ପିଲାଙ୍କୁ ଏଥିରେ ସୁଯୋଗ ଦିଆଯାଇଥାଏ । ଯଦି କୌଣସି ଛାତ୍ରଛାତ୍ରୀ ତିନୋଟି ମେନ ଷ୍ଟ୍ରିମ ବିଷୟ ବିଜ୍ଞାନ, ଗଣିତ ଓ ସାମାଜିକ ବିଜ୍ଞାନରେ ଫେଲ ହୋଇଯାଆନ୍ତି, ତେବେ ସେମାନେ ସ୍କିଲ ସବଜେକ୍ଟରେ ରଖୁଥିବା ନମ୍ବରକୁ ‘ବେଷ୍ଟ ଅଫ୍ ଫାଇଭ’ରେ ସାମିଲ କରାଯିବ ।

Related Articles

Back to top button
WP Twitter Auto Publish Powered By : XYZScripts.com