ବାଣିଜ୍ୟ
ଶନିବାର ଲଞ୍ଚ ହେବ ‘ଓଲା’ର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର, କମ ଦାମରେ ଅଧିକ ମାଇଲେଜ

ଭୁବନେଶ୍ୱର, ୨୨/୧୦/୨୦୨୨- ଓଲା ଇଲେକ୍ଟ୍ରିକ୍ ଏହାର ଶସ୍ତା ଇଲେକ୍ଟ୍ରିକ୍ ସ୍କୁଟର ଆଣିବାକୁ ଯାଉଛି । କମ୍ପାନୀ ଏହାର ଲୋକପ୍ରିୟ S1 ଇଲେକ୍ଟ୍ରିକ୍ ସ୍କୁଟରର ଲଞ୍ଚ କରିବ । ଓଲା ଏହି ସ୍କୁଟରର ଲଞ୍ଚ ତାରିଖ ମଧ୍ୟ ପ୍ରକାଶ କରିଛି । ୨୨ ଅକ୍ଟୋବର ଅର୍ଥାତ ଆଜି ଏହି ଇଲେକ୍ଟ୍ରିକ୍ ସ୍କୁଟର ଲଞ୍ଚ ହେବ । ଏହାର ମୂଲ୍ୟ ୮୦,୦୦୦ ଟଙ୍କା ହୋଇପାରେ । ଏହାପୂର୍ବରୁ ଅଗଷ୍ଟ ୧୫ ରେ ଓଲା ଏହାର ଓଲା S1 ସ୍କୁଟର ଲଞ୍ଚ କରିଥିଲା ଯାହାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କା । ଏହାର ସର୍ବୋଚ୍ଚ ଗତି ହେଉଛି ୯୦ କିଲୋମିଟର । କମ୍ପାନୀ ଅନୁଯାୟୀ, ଓଲା S1 ସମ୍ପୂର୍ଣ୍ଣ ସିଙ୍ଗଲ୍ ଚାର୍ଜରେ ୧୪୧ କିଲୋମିଟର ଦୂରତା ଅତିକ୍ରମ କରିପାରିବ।