![](https://i0.wp.com/odia.mobilenews24x7.com/wp-content/uploads/2022/10/Traffic-Rules-In-India.webp?resize=741%2C470&ssl=1)
ତାମିଲନାଡୁ ସରକାର ଟ୍ରାଫିକ୍ ନିୟମକୁ କଡକଡି କରିଛନ୍ତି । ଶୁକ୍ରବାରଠାରୁ ଏଠିକାର ଟ୍ରାଫିକ୍ ନିୟମରେ ପରିବର୍ତ୍ତନ ହୋଇଛି । ଏହାକୁ ନମାନିଲେ ତଣ୍ଡ ଗଣିବାକୁ ପଡିବ । ଏହି ପରିବର୍ତ୍ତନ କ୍ୟାବ୍ ଓ ଅଟୋ ଡ୍ରାଇଭରଙ୍କ ଖାମଖିଆଲି କାମ ଉପରେ ଲଗାମ ଲଗାଇବ । ଏହି ନିୟମ ଅନୁସାରେ ଯଦି କୌଣସି କ୍ୟାବ୍ ବା ଅଟୋ ଡ୍ରାଇଭର ଅଯଥାରେ ରାସ୍ତା ମଝିିରେ ହଠାତ୍ ବ୍ରେକ୍ ମାରନ୍ତି ବା ଚାରିପଟକୁ ନଦେଖି ହଠାତ୍ ବ୍ରେକ୍ ମାରନ୍ତି ତେବେ ଜରିମାନା ଦେବେ । ଏହାସହ ଯାତ୍ରୀଙ୍କୁ ଧାର୍ଯ୍ୟ ସ୍ଥାନରେ ପହଞ୍ଚାିବାକୁ ମନା କରନ୍ତି କିମ୍ବା ରାଇଡ୍ କ୍ୟାନସଲ କରନ୍ତି ତେବେ ଡ୍ରାଇଭର ଉପରେ ୫୦ ଟଙ୍କାରୁ ଆରମ୍ଭ କରି ୫୦୦ ଟଙ୍କା ଯାଏଁ ଜରିମାନା ଲାଗୁ ହେବ ।