ବାଣିଜ୍ୟ
ଖୋଲିଲା ଶିମିଳିପାଳ ଅଭୟାରଣ୍ୟ
![](https://i0.wp.com/odia.mobilenews24x7.com/wp-content/uploads/2022/10/Similipal-1710-e1665999522182.jpg?resize=780%2C470&ssl=1)
ଭୁବନେଶ୍ୱର, ୦୧/୧୧/୨୦୨୨- ସାଢେ ୪ ମାସ ପରେ ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିଲା ଶିମିଳିପାଳ ଅଭୟାରଣ୍ୟ । ସମାଖୁଣ୍ଟା ପୀଠାବଟା ଗେଟରେ ୨୫ ଟି ଓ ଯଶିପୁର କାଳିଆଣୀ ଗେଟରେ ୩୫ ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିଛି । ସକାଳ ୬ ଟାରୁ ସକାଳ ୯ ଟା ଭିତରେ ଟିକେଟ ପାଇପାରିବେ ପର୍ଯ୍ୟଟକ । ଶିମିଳିପାଳ ଭିତରେ ରାତ୍ରୀ ଯାପନ ପାଇଁ www.ecotourodisha.com ରେ ଯାତ୍ରୀ ନିବାସ ବୁକ କରିପାରିବେ ପର୍ଯ୍ୟଟକ ।
ଶିମିଳିପାଳର ଗୁଡ଼ୁଗୁଡ଼ିଆ, କୁମାରୀ, ବରେହିପାଣି, ଜାମୁଆଣି, ରାମତିର୍ଥ,ଯାତ୍ରୀ ନିବାସକୁ ଆଗୁଆ ବୁକ କରିପାରିବେ ପର୍ଯ୍ୟଟକ । ଅଭୟାରଣ୍ୟକୁ ମାଦକ ଦ୍ରବ୍ୟ, ପ୍ଲାଷ୍ଟିକ ଓ ପଲିଥିନ୍ ନେବାରେ କଟକଣା ଜାରି କରାଯାଇଛି। ପ୍ରତିବର୍ଷ ବର୍ଷାଋତୁରେ ଅଭୟାରଣ୍ୟ ରାସ୍ତା ଖରାପ୍ ହୋଇ ଯାଉଥିବା ଯୋଗୁଁ ଅଭୟାରଣ୍ୟକୁ ବନ୍ଦ ରଖା ଯାଇଥାଏ।